ଦାମିକା କାର୍‌ ଉପରେ ଲିପିଦେଲେ ଗୋବର, ହେଲେ କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଦାମିକା କାର୍‌ ଉପରେ ଲିପିଦେଲେ ଗୋବର, ହେଲେ କାହିଁକି?

ଗାନ୍ଧିନଗର: ଦିନକୁ ଦିନ ଖରା ବଢ଼ିବା ସହ ବଢ଼ିବାରେ ଲାଗିଛି ଅସହ୍ୟ ତାତି। ଖରାଯୋଗୁ ବାହାରେ ରହୁଥିବା ଆପଣଙ୍କ ଗାଡ଼ି ପାଇଁ ଆପଣ ଚିନ୍ତିତ ହେଉଥିବେ ନିଶ୍ଚୟ। କାରଣ ଆପଣଙ୍କ ଦାମିକା ଗାଡ଼ି ଖରାରେ ସବୁବେଳେ ରହିଲେ ସେଥିରୁ ରଙ୍ଗ ଛାଡ଼ିଯାଇପାରେ। ଏହି ସମୟରେ ଆପଣ କ’ଣ କରିବେ। ଗାଡ଼ିକୁ ଛାଇ ସ୍ଥାନରେ ରଖିବେ ନହେଲେ ତା ଉପରେ କଭର୍‌ ଲଗାଇବେ।

ହେଲେ ଏହି ସମସ୍ୟାରୁ ରକ୍ଷା ପାଇବାକୁ ଯାଇ ଗୁଜୁରାଟର ଜଣେ ମହିଳା ଯାହା କରିଛନ୍ତି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣଙ୍କ କାର୍‌କୁ ଥଣ୍ଡା ରଖିବା ପାଇଁ କାର୍‌ ଉପରକୁ ଗାଈ ଗୋବରରେ ଲିପି ଦେଇଛନ୍ତି।

ଫେସ୍‌ବୁକ୍‌ରେ ରୂପେସ୍‌ ଗୌରାଙ୍ଗ ଦାଶ ନାମକ ବ୍ୟକ୍ତି ଏହି ଫଟୋ  ଶେଆର୍‌ କରିଛନ୍ତି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ରୂପେସ୍‌ଙ୍କ ଫେସ୍‌ବୁକ୍‌ ପୋଷ୍ଟ ଅନୁସାରେ, ମହିଳାଙ୍କ ନାମ ସେଜଲ୍‌ ସାହ ବୋଲି ଜଣାପଡ଼ିଛି। ଏହି ଫଟୋଟି ମଧ୍ୟ ଅହମଦାବାଦ୍‌ ସହରର।

ମହିଳା ଜଣଙ୍କ ୪୫ ଡିଗ୍ରୀ ତାପମାତ୍ରାରୁ ନିଜ କାର୍‌କୁ ରକ୍ଷା କରିବାକୁ ଯାଇ ଏହିପରି କରିଛନ୍ତି। ଫେସ୍‌ବୁକ୍‌ରେ କାର୍‌ର ଦୁଇଟି ଫଟୋ ପୋଷ୍ଟ କରାଯାଇଛି। ଫଟୋ ପୋଷ୍ଟ ପରେ ଲୋକମାନଙ୍କର ମଜାଳିଆ କମେଣ୍ଟ ମଧ୍ୟ ଆସୁଛି। ୧୨୫ରୁ ଅଧିକ ଲୋକ ଏହି ଫଟୋକୁ ଶେଆର୍‌ କରିସାରିଲେଣି।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଭାରତରେ ମାଟି ଘରମାନଙ୍କୁ ଚିକ୍କଣ କରିବାକୁ ଗାଈ ଗୋବରରେ ଲିପା ଯାଇଥାଏ।  ଏହା ଖରାଦିନେ ଘରକୁ ଥଣ୍ଡା ରଖିବା ସହ ଶୀତ ଦିନେ ଗରମ ମଧ୍ୟ ରଖିଥାଏ। ହେଲେ କାର୍‌କୁ ଗୋବରରେ ଲିପିବା ଘଟଣା ବୋଧେ ପ୍ରଥମ।

 



from Odisha Reporter http://bit.ly/2M2jUvz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages