ଦୁଇ ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଦୁଇ ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା!

murder

ବାରିପଦା(ମାଣିକ ଲାଲ ପାଣି): ଦୁଇ ସ୍ତ୍ରୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତାଡ଼କିଶୋଳ ଗାଁରେ।

ମୃତକମାନେ ହେଲେ ଶ୍ୟାମ ଭାଟି ଓ ତାଙ୍କର ଦୁଇ ସ୍ତ୍ରୀ। ତାଙ୍କର ଦୁଇ ସ୍ତ୍ରୀ ଦୁଇ ଭଉଣୀ ମଧ୍ୟ ଥିଲେ।

ଶ୍ୟାମଙ୍କ ମୃତଦେହକୁ ଘର ପାଖ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଦୁଇ ପତ୍ନୀଙ୍କ ରକ୍ତାକ୍ତ ମୃତଦେହ ଘର ଭିତରେ ପଡ଼ିଥିଲା। ସେଠାରେ ଏକ ବଡ଼ ହାତୁଡ଼ି ମଧ୍ୟ ପଡ଼ିଥିଲା।

ଏ ଘଟଣା ନେଇ ଶ୍ୟାମ ଭାଟିଙ୍କ ଶଳା ସୁନାରାମ ମୁର୍ମୁ ଥାନାରେ ଏତଲା ଦେଇଛନ୍ତି। ସୁନାରାମଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଭିଣୋଇ ମାନସିକ ବିକାରଗ୍ରସ୍ତ ଥିଲେ। କୌଣସି କାରଣରୁ ଗତକାଲି ସେ ତାଙ୍କ ୨ ଭଉଣୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

harmerଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏ ଘଟଣା ଘଟିଥିବା ବେଳେ ଏହି ୩ ଜଣଙ୍କୁ ଅନ୍ୟ କେହି ହତ୍ୟା କରିଥିବା ନେଇ ଗାଁ ଲୋକେ ଚର୍ଚ୍ଚା କରୁଛନ୍ତି।

ବାରିପଦା ଏସ୍‌ଡିପିଓ କହିଛନ୍ତି,“ଶ୍ୟାମ ଭାଟି ତାଙ୍କର ଦୁଇ ସ୍ତ୍ରୀଙ୍କୁ ମାରି ଦେଇ ନିଜେ ଆତ୍ମହତ୍ୟା କରିଥିବା ତାଙ୍କ ଶଳା ଆଜି ସକାଳେ ଥାନାରେ ରିପୋର୍ଟ କରିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ।”



from Odisha Reporter http://bit.ly/2VVLA9O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages