୧୯ରେ ୩୪ ବୁଥରେ ସାନି ମତଦାନ, ୧୦ ଜିଲ୍ଲାପାଳଙ୍କୁ ଜଣାଇଲେ ସିଇଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

୧୯ରେ ୩୪ ବୁଥରେ ସାନି ମତଦାନ, ୧୦ ଜିଲ୍ଲାପାଳଙ୍କୁ ଜଣାଇଲେ ସିଇଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୯ତାରିଖରେ ରାଜ୍ୟର ୧୦ଟି ଜିଲ୍ଲାର ୩୪ଟି ବୁଥରେ ସାନି ମତଦାନ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନର ୧୨ଟି ବୁଥ୍ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ୨୨ଟି ବୁଥରେ ଏହି ମତଦାନ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ଆଜି ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ୧୯ତାରିଖରେ ସାନି ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଟକ, ଦେବଗଡ଼, ପୁରୀ, ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାର ୩୪ଟି ବୁଥରେ ସାନି ଭୋଟିଂ ହେବ। ଏଥିରେ ସର୍ବାଧିକ ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବ୍ରହ୍ମଗିରି ବିଧାନସଭା ଆସନର କମାଶାସନ-୨ ଓ ବାଘମୁଣ୍ଡାର ଗାଦିବ୍ରହ୍ମ ପ୍ରାଥମିକ ସ୍କୁଲ ଏବଂ ସତ୍ୟବାଦୀ ବିଧାନସଭା ଆସନର ବୀରକେଶରୀପୁରସ୍ଥିତ ବଳଭଦ୍ରପୁର ନୋଡାଲ ୟୁପି ସ୍କୁଲ ବୁ୍ଥ୍ ସାମିଲ ଅଛି।



from Odisha Reporter http://bit.ly/2VHzdyp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages