
ପାଟନା: ବିହାରର ପାଟନାସାହିବ୍ରେ ମୋଦି ହାୱା ଏବଂ ବିଜେପି ନେତା ତଥା ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିଜୟ ସମ୍ଭାବନା ସ୍ପଷ୍ଟ ହେବାରେ ଲାଗିଥିବାବେଳେ ଶଟ୍ଗନ୍ ଶତ୍ରୁଘ୍ନ ସିହ୍ନା ଖାମୋସ୍ ହେବା ନିଶ୍ଚିତ ହେବାରେ ଲାଗିଛି। ଏହି ଆସନରେ ପୂର୍ବରୁ ବିଜୟୀ ହୋଇଥିବା ସିନେ ଅଭିନେତା ଶତ୍ରୁଘ୍ନ ଗତ ଏପ୍ରିଲରେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ପୂର୍ବରୁ ବିଜେପି ଟିକେଟ୍ରେ ୨.୬୫ ଲକ୍ଷ ଭୋଟ୍ ବ୍ୟବଧାନରେ ଜିତିଥିଲେ।
ବିଜେପି ସାଂସଦ ଭାବେ ନିର୍ବାଚିତ ହେବାପରେ ହଠାତ ବିଦ୍ରୋହୀ ଅବତାରରେ ଓହ୍ଲାଇଥିଲେ ଶତ୍ରୁଘ୍ନ। ସେ ଦଳର ନେତୃତ୍ୱକୁ ଏବଂ ସରକାରଙ୍କୁ ହଠାତ ସମାଲୋଚନା କରିବା ଆରମ୍ଭ କରିଥିଲେ। ଏହାପରେ ମଧ୍ୟ ଅନେକ ଦିନ ଧରି ତାଙ୍କୁ ଦଳରୁ ବାହାର କରାଯାଇନଥିଲା। ଶେଷରେ ଠିକ୍ ନିର୍ବାଚନ ଆଗରୁ ହିଁ ସେ କଂଗ୍ରେସ ଟିକେଟ୍ରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଦଳ ରବିଶଙ୍କରଙ୍କୁ ପ୍ରାର୍ଥୀ କରିବାକୁ ମନସ୍ଥ କରିଥିଲା।
ସେ ବିଜେପିକୁ ବିଭିନ୍ନ ଟ୍ୱିଟ୍ ବାଣ ଜରିଆରେ ଆକ୍ରମଣ କରିଆସୁଥିଲେ। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଟାର୍ଗେଟ୍ କରିଆସୁଥିଲେ। ଏପରିକି କୋଲକାତାରେ ବିରୋଧୀଙ୍କ ମେଳିରେ ସେ ଯୋଗ ଦେଇଥିଲେ। ସେ କଂଗ୍ରେସରେ ଯୋଗ ଦେଇ କହିଥିଲେ, ବିଜେପି ଏକ ୱାନ୍ ମ୍ୟାନ୍ ଶୋ’ ଟୁ ମେନ୍ ଆର୍ମି।
from Odisha Reporter http://bit.ly/2HRfTVx
No comments:
Post a Comment