ସନ୍ଧ୍ୟାରେ ଇସ୍ତଫା ଦେବେ ଚନ୍ଦ୍ରବାବୁ ନାଇଡୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ସନ୍ଧ୍ୟାରେ ଇସ୍ତଫା ଦେବେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ୱାଇଏସ୍‌ଆର କଂଗ୍ରେସ କ୍ଷମତା ଦଖଲ କରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଆନ୍ଧ୍ର ପ୍ରଦେଶର ୧୭୫ଟି ଆସନରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ ୧୪୩ଟି ଆସନରେ ବାଜିମାତ କରିବାର ସମ୍ଭାବନା ରହିଛି।  ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୮୮।

ସେହିପରି କ୍ଷମତାସୀନ ଟିଡିପି ମାତ୍ର ୨୬ଟି ଆସନରେ ଆଗୁଆ ରହିଛି। ଜେଏସ୍‌ପି ୨ଟି ଆସନରେ ଲିଡ୍‌ କରୁଥିବା ବେଳେ ବିଜେପି ଓ କଂଗ୍ରେସ ଏଯାଏ ଖାତା ଖୋଲି ନାହାନ୍ତି।

ଏଭଳି ଟ୍ରେଣ୍ଡ ଦେଖି ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ପରୋକ୍ଷରେ ନିଜର ପରାଜୟ ସ୍ୱୀକାର କରି ସାରିଛନ୍ତି। ଆଜି ସନ୍ଧ୍ୟାରେ ଚନ୍ଦ୍ରବାବୁ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେହିପରି ଜଗନ ମୋହନ ରେଡ୍ଡି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି କରିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/30EwCUH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages