ଆମେଠି ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁକୁ ନେଇ ରାହୁଲଙ୍କୁ ଘେରିଲେ ସ୍ମୃତି ଇରାନୀ, ଜବାବ ଦେଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଆମେଠି ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁକୁ ନେଇ ରାହୁଲଙ୍କୁ ଘେରିଲେ ସ୍ମୃତି ଇରାନୀ, ଜବାବ ଦେଲା କଂଗ୍ରେସ

ଆମେଠି: ଆଜି ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଭୋଟିଂ ବେଳେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସ ଉପରେ ଏକ ବଡ଼ ଅଭିଯୋଗ ଆଣିଥିଲେ। ସ୍ମୃତି ଇରାନୀ ଅଭିଯୋଗ କରିଥିଲେ ଯେ ଆମେଠିରେ ଥିବା ଏକ ହସ୍ପିଟାଲରେ ଜଣେ ବ୍ୟକ୍ତିକୁ ଚିକିତ୍ସା କରାନଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା କରାନଯିବାର କାରଣ ତାଙ୍କ ପାଖରେ ଆୟୁଷ୍ମାନ ଭାରତର କାର୍ଡ଼଼ ଥିଲା ବୋଲି ସେ କହିଛନ୍ତି।

ସ୍ମୃତି ଇରାନୀଙ୍କ ଏହି ଅଭିଯୋଗର ଜବାବ ଦେଇଛି କଂଗ୍ରେସ। ଆମେଠି ହସ୍ପିଟାଲରେ ପାଖାପାଖି ୨୦୦ ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କର ଚିକିତ୍ସା ହୋଇଛି। ସ୍ମୃତି ଇରାନୀ ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣଙ୍କର ମୃତ୍ୟୁ ଯୁକୃତରେ ସମସ୍ୟା ଥିବାରୁ ହୋଇଛି। ଡାକ୍ତର ତାଙ୍କର ସମସ୍ତ ଚିକିତ୍ସା କରିଛନ୍ତି । ହେଲେ ସେ ଅନ୍ତିମ ଷ୍ଟେଜରେ ଥି୍ବାରୁ ତାଙ୍କୁ ବଞ୍ଚାଇବା ସମ୍ଭବପର ନଥିଲା ବୋଲି କଂଗ୍ରେସ କହିଛି।

ସ୍ମୃତି ଇରାନୀ କହିଥିଲେ ଯେ, ଏହି ପରିବାର(ପରୋକ୍ଷରେ ରାହୁଲ ଗାନ୍ଧି)କୁ ରାଜନୀତି ଏତେ ପସନ୍ଦ ଯେ ଜଣେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେଉଛନ୍ତି । ପରିଣାମ ସ୍ୱରୂପ ତାଙ୍କର ମୃତ୍ୟୁ ହେଉଛି। ସୂଚନାଯୋଗ୍ୟ ଯେ ଆମେଠିରେ ଏହି ହସ୍ପିଟାଲର ନାମ ହେଉଛି ସଞ୍ଜୟ ଗାନ୍ଧି ହସ୍ପିଟାଲ। ଯାହାର ଟ୍ରଷ୍ଟି ରହିଛନ୍ତି ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ସ୍ମୃତି ଇରାନୀଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ଆମେଠିର ଏହି ହସ୍ପିଟାଲ ନାମେରେ।



from Odisha Reporter http://bit.ly/2GYxKtb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages