
ଲକ୍ଷ୍ନୌ: ଆମେଠି ଲୋକସଭା ଆସନ ପାଇଁ ଭୋଟିଂ ଚାଲିଥିବା କଂଗ୍ରେସ ବଳ ପୂର୍ବକ ବୁଥ୍ ରିଗିଂ କରୁଛି। ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଜଣେ ମହିଳା ଭୋଟରଙ୍କ ଭିଡିଓ ଜାରି କରି ଉଭୟ ନିର୍ବାଚନ କମିଶନ ଏବଂ ରାହୁଲ ଗାନ୍ଧିଙ୍କୁ ଟ୍ୱିଟ୍ କରି ଏ ବାବଦରେ ଅବଗତ କରାଇଛନ୍ତି। ଏ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି ସ୍ମୃତି ଇରାନୀ କହିଛନ୍ତି।
Alert @ECISVEEP Congress President @RahulGandhi ensuring booth capturing. https://t.co/KbAgGOrRhI
— Chowkidar Smriti Z Irani (@smritiirani) May 6, 2019
ସ୍ମୃତି ଇରାନୀ ଜାରି କରିଥିବା ଭିଡିଓରେ ମହିଳା ଭୋଟର ଜଣଙ୍କ କହିଛନ୍ତି ଯେ ଭୋଟ ଦେବା ବେଳେ ଜଣେ ପୋଲିଂ ଅଧିକାରୀ ତାଙ୍କ ଆଙ୍ଗୁଳିକୁ ହାତ ଚିହ୍ନ ବଟନରେ ଚିପି ଦେଇଥିଲେ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ମୃତି ଇରାନୀ କହିଛନ୍ତି ଯେ କଂଗ୍ରେସ ଓ ଆମେଠି ପ୍ରାର୍ଥୀ ‘ଚୌକିଦାର ଚୋର ହେ’ ବୋଲି ନାରା ଦେଉଛନ୍ତି, ହେଲେ କଂଗ୍ରେସ ନିଜେ ଭୋଟ ଚୋରି କରୁଛି ବୋଲି ପ୍ରମାଣ ମିଳିଛି। ଏ ନେଇ ରାହୁଲ ଗାନ୍ଧି ଜବାବ ଦେବା ଦରକାର ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଆଜି ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ୭ଟି ରାଜ୍ୟର ୫୧ଟି ଆସନ ପାଇଁ ଆଜି ମତଦାନ ଚାଲିଛି। ଏଥିରେ ଆମେଠି, ରାଏବରେଲି, ଲକ୍ଷ୍ନୌ ଭଳି ଚର୍ଚ୍ଚିତ ଆସନ ପାଇଁ ଭୋଟ୍ ଦେଉଛନ୍ତି ଭୋଟର।
from Odisha Reporter http://bit.ly/2LzwF0e
No comments:
Post a Comment