ନିର୍ମାଣର ୩୬ ଘଣ୍ଟା ନପୁରୁଣୁ ରାସ୍ତାରୁ ଉଠିଲା ପିଚୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ନିର୍ମାଣର ୩୬ ଘଣ୍ଟା ନପୁରୁଣୁ ରାସ୍ତାରୁ ଉଠିଲା ପିଚୁ

ଜଳେଶ୍ୱର(ଅଜିତ୍‌ ଦାଶ): ନିମ୍ନମାନର କାମ ଯୋଗୁ ନିର୍ମାଣର ୩୬ ଘଣ୍ଟା ନପୁରୁଣୁ ରାସ୍ତାରୁ ଉଠିଲା ପିଚୁ। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବାଦରେ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରୁ ପିଚୁ ଖୋଳି ପକାଇଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ପାରୁଳିଆଠାରୁ ବଢାପାଳ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହା ପଛରେ ସମ୍ପୃକ୍ତ ଠିକାଦାରଙ୍କ ଦୁର୍ନୀତିର ଗନ୍ଧ ବାରିଛନ୍ତି ଲୋକେ।

ସୂଚନା ଅନୁଯାୟୀ, ବାଲିଆପାଳ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୬ଟି ରାସ୍ତାର ତଦାରଖ ଏବଂ ମରାମତି ପାଇଁ ୧କୋଟି ୪ଲକ୍ଷ ୭୦ ହଜାର ୬୯୩ ଟଙ୍କାର ଟେଣ୍ଡର କରାଯାଇ ଠିକାଦାର ଭଗବାନ ମହାଳିକ ନାମରେ ଚୁକ୍ତି କରାଯାଇଛି । ୨୮-୧୨-୧୭ ରେ କରାଯାଇଥିବା ଏହି ଚୁକ୍ତି ମୁତାବକ ୨୭-୬-୧୮ ସୁଦ୍ଧା କାର୍ଯ୍ୟ  ସରିବାର ସମୟ ଧାର୍ଯ୍ୟ କରାଯାଇଥିଲା । ସେହି ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ତଦାରଖରେ ଏହି ରାସ୍ତା ଉପରେ ପିଚୁ ପକାଇ ଠିକାଦାର ରାସ୍ତା ନିର୍ମାଣ କରୁଛନ୍ତି ।ମାତ୍ର କାର୍ଯ୍ୟ ସରିବାର ୩୬ ଘଣ୍ଟା ନ ବିତୁଣୁ ରାସ୍ତାର ଅବସ୍ଥା ଶୋଚନୀୟ ହୋପଡିଛି ।

ନୂଆ କରି ବିଛାଯାଇଥିବା ପିଚୁ ସବୁ ଉଠିଯାଉଛି । ସମ୍ପୃକ୍ତ ଠିକାଦାର ଯେନ ତେନ ପ୍ରକାରେ କାର୍ଯ୍ୟକରି ଅର୍ଥ ହଡପ ପାଇଁ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି । ଯେନ ତେନ ପ୍ରକାରେ ରାତିଅଧିଆ ପିଚୁକରି ଠିକାଦାର ଛୁ ମାରିବାକୁ ବସିଥିଲା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଛନ୍ତି ।ଲୋକେ ଏହାର ତୀବ୍ର ବିରୋଧ କରିବା ସହ ରାସ୍ତା କାମ ବନ୍ଦ କରି ଏହି ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି।

ଅପର ପକ୍ଷରେ ବିଭାଗୀୟ ଏସଡିଓ ନିମ୍ନ ମାନର କାର୍ଯ୍ୟର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏସଡିଓଙ୍କ କହିବା ଅନୁଯାୟୀ ଥରେ ପିଚୁ ପଡ଼ିଲେ ସେଟିଂ ହେବା ପାଇଁ ସର୍ବନିମ୍ନ ୨୪ ଘଣ୍ଟା ସମୟ ନେବ। ରାସ୍ତାର ମାନ ମଧ୍ୟ ଯାଞ୍ଚ କରାଯାଇଛି।  ଯଦି ସେମିତି କିଛି ଅଭିଯୋଗ ଆସିଛି ତେବେ ପରର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2YxTROk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages