ଅଭିନନ୍ଦନଙ୍କୁ ୪୦ ଘଣ୍ଟା କାଳ ନିର୍ଯାତନା ଦେଇଥିଲା ଆଇଏସ୍‌ଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଅଭିନନ୍ଦନଙ୍କୁ ୪୦ ଘଣ୍ଟା କାଳ ନିର୍ଯାତନା ଦେଇଥିଲା ଆଇଏସ୍‌ଆଇ

ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ନେଇ ଏବେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଅଭିନନ୍ଦନଙ୍କୁ ପାକିସ୍ତାନ ଗିରଫ କରିବାର ୬୦ ଘଣ୍ଟା ମଧ୍ୟରେ ଭାରତକୁ ହସ୍ତାନ୍ତର କରିଥିଲା। ପାକିସ୍ତାନ ଶାନ୍ତି ସ୍ଥାପନ ପାଇଁ ଏଭଳି କରିଥିବା ଦମ୍ଭୋକ୍ତି କରିଥିଲା। ହେଲେ ଏବେ ପାକିସ୍ତାନର ଅସଲ ମୁଖା ସାମ୍ନାକୁ ଆସିଛି।

ଅଭିନନ୍ଦନଙ୍କୁ ପାକିସ୍ତାନ ଆର୍ମି ଗିରଫ କରିଥିଲା। ହେଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ତାଙ୍କୁ ନିଜ ହେପାଜତକୁ ନେଇ ଦୀର୍ଘ ୪୦ ଘଣ୍ଟାକାଳ ନିର୍ଯାତନା ଦେଇଥିଲା ବୋଲି ଏବେ ଜଣାପଡ଼ିଛି।

ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, “ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକ୍‌ ଆର୍ମି ଗିରଫ କରିବା ପରେ ଇସ୍‌ଲାମାବାଦରେ ରଖିଥିଲା। ହେଲେ ସେ ଗିରଫ ହେବାର ୪ରୁ ୫ ଘଣ୍ଟା ମଧ୍ୟରେ ପାକ୍‌ ଗୁଇନ୍ଦା ସଂସ୍ଥା ତାଙ୍କୁ ଇସ୍‌ଲାମାବାଦରୁ ରାୱଲପିଣ୍ଡିକୁ ନେଇ ଯାଇଥିଲା। ସେଠାରେ ତାଙ୍କୁ ଇଣ୍ଟରୋଗେସନ୍‌ ସେଲ୍‌ରେ ରଖାଯାଇ ନାନା ପ୍ରକାରର ନିର୍ଯାତନା ଦିଆଯାଇଥିଲା।

ଏକଥା ଖୋଦ୍‌ ଅଭିନନ୍ଦନ ଭାରତ ଫେରିବା ପରେ ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି। ଆଇଏସ୍‌ଆଇ ପକ୍ଷରୁ ଅଭିନନ୍ଦନଙ୍କୁ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା।

ଅଭିନନ୍ଦନ ଯେଉଁ ସେଲରେ ରହିଥିଲେ ସେଠାରେ କମ ଆଲୋକ ରହିଥିବା ବେଳେ ବିକୃତ ଧରଣର ମ୍ୟୁଜିକ ବାଜୁଥିଲା। ପ୍ରତି ଅଧଘଣ୍ଟାରେ ଜଣେ ବ୍ୟକ୍ତି ସେଠାକୁ ଯାଉଥିଲେ ଏବଂ ତାଙ୍କୁ ଚାପୁଡ଼ା ମାରୁଥିଲେ। ତେବେ ରାୱଲପିଣ୍ଡିକୁ ଯିବା ପୂର୍ବରୁ ପାକ୍‌ ଆର୍ମି ଅଭିନନ୍ଦନଙ୍କୁ ସେମାନଙ୍କ ମେସ୍‌ରେ ରଖି ଭଲ ବ୍ୟବହାର କରୁଥିଲା।

ଏପରି କି ତାଙ୍କୁ ମେସ୍‌ରେ ଚା’ ପିଇବାକୁ ଦିଆଯାଇଥିଲା। ଅଭିନନ୍ଦନ ଯେଉଁ ଚା’ ପିଉଥିବା ଭିଡିଓ ଭାଇରାଲ ହୋଇଥିଲା, ତାହା ଉକ୍ତ ମେସ୍‌ରେ ହିଁ ଉଠାଯାଇଥିଲା। କିନ୍ତୁ ସେ ପାକ୍‌ ଆର୍ମିକୁ ପ୍ରଶଂସା କରୁଥିବାର ଯେଉଁ ଦ୍ୱିତୀୟ ଭିଡିଓ ଭାଇରାଲ ହୋଇଥିଲା, ତାହା ଫେକ୍‌ ଥିଲା। ଅଭିନନ୍ଦନ କୌଣସି ପ୍ରକାରର ଏଭଳି ଭିଡିଓ କରିନାହାନ୍ତି। ଏହାକୁ ପାକ୍‌ ନିଜର ପ୍ରଚାର ପାଇଁ ଏଭଳି କରିଥିଲା।”

ଅଭିନନ୍ଦନ ପାକିସ୍ତାନରୁ ‍ଫେରିବା ପରେ ତାଙ୍କୁ ସେନା ମୁଖ୍ୟାଳୟ ହସ୍ପିଟାଲ୍‌ରେ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବା ସହ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଏହି ସମୟରେ ସେ ସବୁ କଥା ଭାରତୀୟ ଅଧିକାରୀଙ୍କୁ କହିଥିଲେ।



from Odisha Reporter http://bit.ly/2VwQG7L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages