ରାତି ପାହିଲେ ଖୋଲିବ ନେତାଙ୍କ ଭାଗ୍ୟ: ସକାଳ ୮ଟାରୁ ଗଣତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ରାତି ପାହିଲେ ଖୋଲିବ ନେତାଙ୍କ ଭାଗ୍ୟ: ସକାଳ ୮ଟାରୁ ଗଣତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ। କାଉଣ୍ଟିଂ ସେଣ୍ଟରରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ପର୍ଯ୍ୟନ୍ତ ସବୁଠି ଜୋରଦାର ପ୍ରସ୍ତୁତି।  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମିଡିଆ ଓ ସାଧାରଣ ଜନତାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଲାଗିଛି ଏଲିଇଡି ସ୍କ୍ରିନ୍।

ସେହିପରି କାଉଣ୍ଟିଂ ସେଣ୍ଟରରେ ବି ବ୍ୟାପକ ବନ୍ଦୋବସ୍ତ। ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା କେନ୍ଦ୍ରରେ ପୁଲିସ୍‌ର କଡ଼ା ସୁରକ୍ଷା ସହିତ ଲାଗିଛି ସିସିଟିଭି। ଯାଜପୁର, କଟକ, ପୁରୀ ସମେତ ସମସ୍ତ ୩୦ ଜିଲ୍ଲାର ୬୩ଟି କାଉଣ୍ଟିଂ ସେଣ୍ଟରରେ ପ୍ରସ୍ତୁତି ଶେଷ ହୋଇଛି। ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ। ଏକାସାଙ୍ଗରେ ପୋଷ୍ଟାଲ ବାଲଟ୍ ଓ ଇଭିଏମ୍ ଭୋଟଂ ଗଣତି ହେବ। ଉଭୟ ଲୋକସଭା ଓ ବିଧାନସଭା ଲାଗି ୭ଟି ଲେଖାଏଁ ଟେବୁଲ ରହିଛି।

କିଛି ସେଣ୍ଟରରେ ଟେବୁଲ୍ ସଂଖ୍ୟା ବଢାଇ ଦିଆଯାଇଛି। କାଉଣ୍ଟିଂ ସେଣ୍ଟର ଭିତରକୁ ଇଲେକ୍ଟ୍ରୋନିକସ୍ ଆଇଟମ୍ ନେବା ଉପରେ ରହିଛି କଟକଣା। ଗୋଟିଏ ରାଉଣ୍ଡ ଗଣତି ଶେଷ ହେଲା ପରେ କାଉଣ୍ଟିଂ ସେଣ୍ଟର ସାମ୍ନାକୁ ଆସି ଆସି ଗଣମାଧ୍ୟମକୁ କିଏ କେତେ ଭୋଟ୍ ପାଇଲେ ତାହା ଅବଗତ କରାଯିବ।

ଭୋଟ୍ ଗଣତି ପାଇଁ ସବୁ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ପ୍ରତି ସେଣ୍ଟରରେ ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ଗଣତି ପାଇଁ ୧୭୨ ପ୍ଲାଟୁନ୍ ସ୍ପେଶାଲ୍ ଆର୍ମଡ୍ ପୁଲିସ୍ ଫୋର୍ସ, ୬୯ କମ୍ପାନୀ ସେଣ୍ଟ୍ରାଲ୍ ଆର୍ମଡ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ନକ୍ସଲ୍ ପ୍ରଭାବିତ ଜିଲ୍ଲା ପାଇଁ ଏସ୍ଓଜି, ଡିଭିଏଫ୍ ଫୋର୍ସ ବି ମୁତୟନ ହୋଇଛନ୍ତି। ଗଣତି ପରବର୍ତ୍ତୀ ସମ୍ଭାବ୍ୟ ହିଂସା ପାଇଁ ବି ପୁଲିସ୍ ସଜାଗ ରହିଥିବା ପୁଲିସ୍ ଡିଜି କହିଛନ୍ତି।

ଏଥର ୫ଟି ବୁଥ୍‌ର ଭୋଟ୍ ସହ ଭିଭିପ୍ୟାଟ୍ ସ୍ଳିପ୍ ଗଣତି କରାଯାଇ ମ୍ୟାଚ୍ କରାଯିବ। ତାସହ ଗତ ନିର୍ବାଚନ ତୁଳନାରେ ବୁଥ୍ ସଂଖ୍ୟା ବି ବଢ଼ିଥିବାରୁ ଫଳାଫଳ ଆସିବାରେ ବିଳମ୍ବ ହେବ ବୋଲି ସିଇଓ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2wdf9Ey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages