ଶସ୍ତାରେ ମିଳୁଛି ମୋଦିଙ୍କ ଧ୍ୟାନ ଗୁମ୍ଫା, ଜାଣନ୍ତୁ ଦିନକୁ କେତେ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଶସ୍ତାରେ ମିଳୁଛି ମୋଦିଙ୍କ ଧ୍ୟାନ ଗୁମ୍ଫା, ଜାଣନ୍ତୁ ଦିନକୁ କେତେ ଟଙ୍କା

ନୂଆଦିଲ୍ଲୀ: କେଦାରନାଥର ଗୁମ୍ଫାରେ ଦୀର୍ଘ ୧୬ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହୋଇଥିବା ଏହି ଗୁମ୍ଫାରେ ଫୋନ୍‌ ଠାରୁ ଆରମ୍ଭ କରି ଖାଇବା ଓ ରହିବାର ବ୍ୟବସ୍ଥା ମଧ୍ୟ ରହିଛି। ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ଗୁମ୍ଫାର ଭଡ଼ା ବାବଦକୁ ଦିନକୁ ମାତ୍ର ୯୯୦ ଟଙ୍କା ଦେବାକୁ ପଡ଼ିବ। ଏହି ଗୁମ୍ଫାକୁ ଘରୱାଲ ମଣ୍ଡଳ ବିକାଶ ନିଗମ(ଜିଏମଭିଏନ୍‌) ପକ୍ଷରୁ ନିର୍ମାଣ କରାଯାଇଛି। ମୋଦିଙ୍କ ପ୍ରସ୍ତାବ ପରେ ହିଁ ଏଠାରେ ଏଭଳି ରୁଦ୍ର ଧ୍ୟାନ୍ ଗୁମ୍ଫା ନିର୍ମାଣ କରାଯାଇଥିଲା।

ଗୁମ୍ଫା ଭିତରେ ରହିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଜିଏମଭିଏନ୍‌ ପକ୍ଷରୁ ବ୍ରେକଫାଷ୍ଟ, ଲଞ୍ଚ, ଡିନର ଓ ଏବଂ ଦୁଇଥର ଚା’ ଦିଆଯାଏ। କେଦାରନାଥ ଧର୍ମପୀଠ ଠାରୁ ଗୋଟିଏ କିମି ଦୂରରେ ଏହି ଅତ୍ୟାଧୁନିକ ଗୁମ୍ଫାଟି ରହିଛି। ପୂର୍ବରୁ ଏହି ଗୁମ୍ଫା ପାଇଁ ଦିନକର ଭଡ଼ା ୩୦୦୦ ଟଙ୍କା ଥିଲା। କିନ୍ତୁ ଗତବର୍ଷ ଏହାର ଭଡ଼ାକୁ ୯୯୦ ଟଙ୍କାକୁ ହ୍ରାସ କରାଯାଇଥିଲା।

ଏହି ଗୁମ୍ଫା ପ୍ରତି ଲୋକଙ୍କ ଆକର୍ଷଣ ବଢ଼ୁ ନଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗୁମ୍ଫାକୁ ବ୍ୟବହାର କରିବାକୁ ଚାହୁଁଥିବା ବ୍ୟକ୍ତି ୩ ଦିନ ଆଗରୁ ଏଥିପାଇଁ ବୁକିଂ କରୁଥିଲେ। କିନ୍ତୁ ଏବେ ଏହାକୁ ହଟାଇ ଦିଆଯାଇଛି। ଗୁମ୍ଫା ମଧ୍ୟରେ ପିଇବା ପାଣି, ବିଜୁଳି ଓ ଶୌଚାଳୟ ରହିଛି। ଏହା ମଧ୍ୟରେ ଏକ କାଠର କବାଟ ମଧ୍ୟ ରହିଛି। ଏଥିସହ ୨୪ ଘଣ୍ଟିଆ କଲିଂବେଲ ସିଷ୍ଟମ ରହିଛି।



from Odisha Reporter http://bit.ly/2LRR3Kn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages