୧୭ ମାସ ହେବ ଛକା ମାରିପାରିନାହାନ୍ତି ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

୧୭ ମାସ ହେବ ଛକା ମାରିପାରିନାହାନ୍ତି ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଟିମର ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ବ୍ୟାଟିଂ ପ୍ରଦର୍ଶନ ଚିନ୍ତାର ବିଷୟ ପାଲଟିଛି। ସର୍ଫରାଜଙ୍କ ବ୍ୟାଟରୁ ରନ୍ ବାହାରୁନି। ଏପରିକି ଗତ ୨୦-୨୨ ମ୍ୟାଚରେ ପାକିସ୍ତାନର ଟିମର ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ ରହିଛି।

ଟିମ୍ ୩୫୦ ରନକୁ ମଧ୍ୟ ଡିଫେଣ୍ଡ୍ କରିପାରୁନାହିଁ। ଅନ୍ୟ ପକ୍ଷରେ ଟିମ୍ ହାଇସ୍କୋରିଂ ମୁକାବିଲାକୁ କମ୍ ବ୍ୟବଧାନରେ ହାରିଯାଉଛି। ତେଣୁ ପାକିସ୍ତାନର ଏହି ଖରାପ ପ୍ରଦର୍ଶନର ପ୍ରମୁଖ କାରଣ ହେଉଛି ସର୍ଫରାଜଙ୍କ ଆଉଟ୍ ଅଫ୍ ଫର୍ମ। ସର୍ଫରାଜ ନା’ ତ ରନ୍ କରୁଛନ୍ତି, ନା ଟିମକୁ ସମ୍ଭାଳିପାରୁଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଡଜନେରୁ ଅଧିକ ମ୍ୟାଚ୍ ଖେଳିବା ପରେ ମଧ୍ୟ ସର୍ଫରାଜଙ୍କ ବ୍ୟାଟରୁ ଗୋଟିଏ ବି ଛକା ବାହାରିନାହିଁ। ସର୍ଫରାଜ ଶେଷଥର ପାଇଁ ୧୭ମାସ ତଳେ ଛକା ମାରିଥିଲେ। ଏହା ପରଠାରୁ ସେ ୧୬ ଇନିଂସରେ ୩୫୨ ରନ୍ ଅର୍ଥାତ୍ କେବଳ ୫୮ ଓଭରର ବଲ୍ ଖେଳିବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ତାଙ୍କୁ ଗୋଟିଏ ଛକା ମାରିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଏହାଛଡ଼ା ମଧ୍ୟକ୍ରମରେ ମଧ୍ୟ ସର୍ଫରାଜ ଭଲ ପ୍ରଦର୍ଶନ କରିପାରୁନାହାନ୍ତି।

ସର୍ଫରାଜ ଶେଷଥର ପାଇଁ ୧୬ ଜାନୁଆରୀ, ୨୦୧୮ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଛକା ମାରିଥିଲେ। ସେ ଏହି ମ୍ୟାଚରେ ୫୭ ବଲରେ ୩ ଚୌକା ଓ ୩ ଛକା ସହ ୫୧ ରନ୍ କରିଥିଲେ। ଏହାଛଡ଼ା ସର୍ଫରାଜ ୬ମାସ ହେଲା ଗୋଟିଏ ବି ଅର୍ଦ୍ଧଶତକ ମାରିନାହାନ୍ତି ଏବଂ ତିନିବର୍ଷ ହେବ ଶତକ ମଧ୍ୟ ଲଗାଇ ନାହାନ୍ତି।

ସୂଚନାଯୋଗ୍ୟ, ସର୍ଫରାଜ ନିଜ ପ୍ରାରମ୍ଭିକ କ୍ୟାରିୟରର ୬ମାସ ପର୍ଯ୍ୟନ୍ତ ଗୋଟିଏ ବି ଛକା ମାରିନଥିଲେ। କେବଳ ଏତିକି ନୁହେଁ, ସର୍ଫରାଜ ନିଜର ୧୦୫ ଦିନିକିଆ କ୍ୟାରିୟରରେ ମାତ୍ର ୧୦ ଛକା ମାରିଛନ୍ତି। ଅଧିନାୟକ ଭାବେ ଗତ ୨୧ ମୁକାବିଲାରେ ପାକିସ୍ତାନ ମାତ୍ର ୩ଟି ମୁକାବିଲା ଜିତିଛି। ଏଭଳି ସ୍ଥିତିରେ ବିଶ୍ୱକପରେ ଟିମର ସ୍ଥିତି କ’ଣ ହେବ, ତାହା କହି ହେବ ନାହିଁ।



from Odisha Reporter http://bit.ly/2VLIJAw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages