ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଟକ୍କର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଟକ୍କର୍‌

ଲଣ୍ଡନ: ଆସନ୍ତାକାଲି କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ବିଶ୍ୱକପ୍‌ ଆରମ୍ଭ ହେବ। ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡ ବିଶ୍ୱକପ୍‌ ଜିତିବାର ଅନ୍ୟତମ ଦାବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ। ପ୍ରସିଦ୍ଧ ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ ଆରମ୍ଭ ହେବ।

ପ୍ରଥମ ମ୍ୟାଚ୍‌ଟିକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଉଭୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବେଶ ସନ୍ତୁଳିତ ଟିମ୍‌। ଉଭୟ ଦଳରେ ଏକାଧିକ ମ୍ୟାଚ୍‌ ୱିନର୍‌ ରହିଛନ୍ତି। ଦିନିକିଆ ରାଙ୍କିଙ୍ଗର ୩ ନଂସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ଇଂଲଣ୍ଡ ୧ ନଂ ସ୍ଥାନରେ ରହିଛି। ଆଜି ଯାଏ ବିଶ୍ୱକପ୍‌ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ୬ଥର ଭେଟିଥିବା ବେଳେ ଉଭୟ ୩ଟି ଲେଖାଏ ମ୍ୟାଚ୍‌ ଜିତିଛନ୍ତି। ତେଣୁ ଆସନ୍ତାକାଲି କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି।

୨୦୧୫ ବିଶ୍ୱକପ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ହୋଇଥିଲା। ଏଥିରେ ପ୍ରଥମ ରାଉଣ୍ଡରୁ ହିଁ ଇଂଲଣ୍ଡ ଲଜ୍ଜାଜନନ ବିଦାୟ ନେଇଥିଲା। ଏବେ ଘରୋଇ ପରିବେଶରେ ଇଂଲଣ୍ଡ ଜବରଦସ୍ତ କମ୍‌ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ଇଅନ ମୋର୍ଗାନଙ୍କ ଟିମ୍‌ ଇଂଲଣ୍ଡ ବିଗତ କିଛି ବର୍ଷ ହେଲା ଦିନିକିଆରେ ନିଜର ଯାଦୁ ଦେଖାଇ ଆସିଛି।

ଦଳ ଦିନିକିଆରେ ସର୍ବାଧିକ ୪୮୧/୬ ରେକର୍ଡ ନିଜ ନାଁରେ ରଖିଛି। ବ୍ୟାଟିଂ ହେଉଛି ଇଂଲଣ୍ଡ ଟିମ୍‌ର ଶକ୍ତି। ଦଳରେ ଜେସନ ରୟ, ଜନ୍ନି ବେୟାରଷ୍ଟ, ଜୋ ରୁଟ୍‌, ମୋର୍ଗାନ ଓ ଡାଇନାମିକ୍‌ ଜୋଶ ବଟଲର୍‌ ରହିଛନ୍ତି। ସେହିପରି ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ମୋଇନ୍‌ ଅଲୀ ମଧ୍ୟ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି ଆସୁଛନ୍ତି।

ଇଂଲଣ୍ଡର ବୋଲିଂ କମାଣ କ୍ରିସ୍‌ ୱକ୍ସ, ଲିଆମ ପ୍ଲଙ୍କିଟ, ମାର୍କ ଉଡ୍‌ ଓ ସ୍ପିନର ଆଦିଲ ରସିଦଙ୍କ ପାଖରେ ରହିବ। କହିବାକୁ ଗଲେ ଚଳିତ ବିଶ୍ୱକପ୍‌ର ସବୁଠାରୁ ଶକ୍ତିଶାଳୀ ଦଳ ହେଉଛି ଇଂଲଣ୍ଡ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା କଥା ବିଚାରକୁ ନେଲ ଆହତ ଏବେ ଦଳର ପ୍ରମୁଖ ସମସ୍ୟା ହୋଇଛି। ଦଳର ଷ୍ଟ୍ରାଇକ୍‌ ବୋଲର ଡେଲ ଷ୍ଟେନ୍‌ ବିଶ୍ୱକପ୍‌ ଆରମ୍ଭରୁ ଆହତ ହୋଇଛନ୍ତି। ଫଳରେ ଆସନ୍ତାକାଲିର ଉଦ୍‌ଘାଟନୀ ମ୍ୟାଚ୍‌ ସେ ଖେଳିବେ ନାହିଁ। ଏହା ପୂର୍ବରୁ ଆନରିଚ୍ ନୋର୍ଟଜେ ଆହତ ହୋଇଥିଲେ। ତାଙ୍କ ବଦଳରେ କ୍ରିସ୍‌ ମୋରିସ୍‌ଙ୍କୁ ବିଶ୍ୱକପ୍‌ ଟିକେଟ୍‌ ମିଳିଛି। ତେଣୁ ଆସନ୍ତାକାଲି କାଗିସୋ ରବାଡ଼ା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମଙ୍ଗ ସମ୍ଭାଳିବେ।

ତାଙ୍କୁ ଲୁଙ୍ଗି ଏନ୍‌ଗିଡ଼ି ଓ କ୍ରିସ୍‌ ମୋରିସ୍‌ ସହାୟତା କରିବେ। ସ୍ପିନ ବାହିନୀରେ ଅଭିଜ୍ଞ ଇମ୍ରାନ ତାହିର ଅଛନ୍ତି। ବ୍ୟାଟିଂ ବାହିନୀରେ ଫାଫ୍ ଡୁପ୍ଲେସିସ୍, ଆଇଡେନ୍ ମର୍କରାମ୍, କ୍ୱିଣ୍ଟନ୍ ଡି’କକ୍, ହାଶିମ୍ ଆମଲା, ଡେଭିଡ୍ ମିଲର, ଆଣ୍ଡିଲେ ଫେଲୁକୱାୟୋ ଓ ଜେପି ଡୁମିନି ରହିଛନ୍ତି। ତେଣୁ ଆସନ୍ତାକାଲି କାଣ୍ଟେ କା ଟକ୍କର ହେବ ବୋଲି ଆଶା କରାଯାଉଛି।



from Odisha Reporter http://bit.ly/2wtVEYw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages