ଏହି ଭେଟେରାନ ନେତାଙ୍କୁ ଏଥର ସଂସଦରେ ଦେଖିବାକୁ ମିଳିବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଏହି ଭେଟେରାନ ନେତାଙ୍କୁ ଏଥର ସଂସଦରେ ଦେଖିବାକୁ ମିଳିବନି

ନୂଆଦିଲ୍ଲୀ: ୧୭ତମ ଲୋକସଭାରେ ଦେଶର ଅନେକ ଭେଟେରାନ ନେତାଙ୍କୁ ଆଉ ଦେଖିବାକୁ ମିଳିବନି। କିଏ ବୟସାଧିକ୍ୟ କାରଣରୁ ନିର୍ବାଚନରେ ଭାଗ ନେଇନଥିଲେ ତ ଆଉ କିଏ ନିର୍ବାଚନ ଲଢ଼ି ପରାଜୟର ଶିକାର ହୋଇଛନ୍ତି। ତେବେ ଏହି ସବୁ ନେତା ନିଜର ବ୍ୟକ୍ତିତ୍ୱ, ଜ୍ଞାନ ଓ ନିଷ୍ଠା ପାଇଁ ବିଭିନ୍ନ ଦଳର ନେତା ଓ ଦେଶବାସୀଙ୍କ ଦ୍ୱାରା ଆଦୃତ ହୋଇଥିଲେ।

ତେବେ ଅନେକ ନେତାଙ୍କୁ ୧୭ତମ ଲୋକସଭାରେ ଦେଖିବାକୁ ମିଳିବ ନାହିଁ, ତନ୍ମଧ୍ୟରୁ ଚର୍ଚ୍ଚିତ ଚେହେରା ହେଲେ ଭାରତୀୟ ଜନତା ପାର୍ଟିର ଲାଲକୃଷ୍ଣ ଆଡଭାନୀ, ମୁରଲୀ ମୋନହର ଜୋଶୀ, ସୁମିତ୍ରା ମହାଜନ, କଲରାଜ ମିଶ୍ର, ହୁକୁମଦେବ ନାରାୟଣ ଯାଦବ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ଦଳର ପ୍ରତିଷ୍ଠାତା ଏଚ.ଡି ଦେବଗୌଡା, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପୂର୍ବତନ ବିଜେଡି ସାଂସଦ ଅର୍ଜୁନ ଚରଣ ସେଠୀ।

ଚଳିତ ନିର୍ବାଚନରେ ଆଡଭାନୀ, ସୁମିତ୍ରା ମହାଜନ, ମୁରଲୀ ମୋନହର ଯୋଶୀ, ହୁକୁମଦେବଙ୍କୁ ବୟସାଧିକ୍ୟ କାରଣରୁ ବିଜେପି ଟିକେଟ ଦେଇନଥିବା ବେଳେ ଦେବଗୌଡା, ଖାଡଗେ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିର୍ବାଚନ ଲଢ଼ି ହାରିଯାଇଛନ୍ତି।
୧୬ତମ ଲୋକସଭାରେ ଆଡଭାନୀ ଅନ୍ୟତମ ବରିଷ୍ଠ ନେତା ଥିଲେ। ସେ ୧୯୯୧ ମସିହାରୁ ଗୁଜରାଟ ଗାନ୍ଧିନଗର ଲୋକସଭା ଆସନରୁ ନିର୍ବାଚିତ ହୋଇଆସୁଥିଲେ। ଯଦି ଆଡଭାନୀ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥାନ୍ତେ ତାହେଲେ ସଂସଦର ବରିଷ୍ଠତମ ସାଂସଦ ହୋଇଥାନ୍ତେ।
ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ବୟସାଧିକ୍ୟ କାରଣରୁ ଟିକେଟ ମିଳିନଥିଲା। ୧୯୯୧ ରୁ ୯୩ ମଧ୍ୟରେ ଦଳର ସଭାପତି ହୋଇଥିଲେ। ଆହ୍ଲାବାଦ, ବାରଣାସୀ ଓ କାନପୁର ଲୋକସଭା ଆସନରୁ ନିର୍ବାଚିତ ହୋଇ ଯୋଶୀ ସଂସଦକୁ ଆସିଥିଲେ।
ପୂର୍ବତନ ବାଚସ୍ପତି ମଧ୍ୟ ସୁମିତ୍ରା ମହାଜନ ମଧ୍ୟ ଚଳିତଥର ନିର୍ବାଚନ ଲଢ଼ିନଥିଲେ। ୨୦୧୪ରେ ସେ ଲଗାତର ଅଷ୍ଟମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ। ଅନ୍ତିମ ଲୋକସଭାରେ ସୁମିତ୍ରା ମହିଳାବର୍ଗରେ ସବୁଠାରୁ ବରିଷ୍ଠ ସାଂସଦ ଥିଲେ। ୧୯୮୯ରୁ ସେ ସଂସଦକୁ ନିର୍ବାଚିତ ହୋଇଆସୁଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା କିନ୍ତୁ ଚଳିତଥର ନିର୍ବାଚନ ଲଢ଼ିଥିଲେ। ହେଲେ ନିଜ ରାଜନୀତିକ କ୍ୟାରିଅରରେ ପ୍ରଥମଥର ପାଇଁ ହାରିଯାଇ ସଂସଦକୁ ଆସିବା ପାଇଁ ସକ୍ଷମ ହୋଇ ନାହାନ୍ତି।

 

ବିଜେଡି ଛାଡ଼ି ଏବେ ବିଜେପିରେ ସାମିଲ ହୋଇଥିବା ଅର୍ଜୁନ ଚରଣ ସେଠୀ ଚଳିତଥର ନିର୍ବାଚନ ଲଢ଼ି ନାହାନ୍ତି। କିନ୍ତୁ ସେ କଂଗ୍ରେସ, ଜନତା ଦଳ ଏବଂ ବିଜେଡିରୁ ସଂସଦକୁ ୮ଥର ନିର୍ବାଚିତ ହୋଇଥିଲେ।

ଅନ୍ତିମ ଲୋକସଭାର ବିରୋଧୀ କଂଗ୍ରେସ ଦଳର ନେତା ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ଚଳିତଥର ନିର୍ବାଚନ ହାରି ସଂସଦକୁ ଆସିବାରେ ପ୍ରଥମ ଥର ପାଇଁ ସକ୍ଷମ ହୋଇନାହାନ୍ତି। ସେହିପରି ରାହୁଲ ଗାନ୍ଧିଙ୍କ ଏକାନ୍ତ ଘନିଷ୍ଠ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜ ଗଡ ଗୁନ୍ନା ଲୋକସଭା ଆସନରୁ ନିର୍ବାଚନ ହାରିଯାଇଛନ୍ତି। ପରିଣାମ ସ୍ୱରୂପ ସେ ମଧ୍ୟ ସଂସଦକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇ ପାରି ନାହାନ୍ତି।
ଚଳିତ ସାଧାରଣ ନିର୍ବାଚନରେ ୫୪୨ ଲୋକସଭା ଆସନରୁ ୩୦୦ ଜଣ ସାସଂଦ ପ୍ରଥମଥର ପାଇଁ ନିର୍ବାଚିତ ହୋଇ ଆସିଥିବା ଜଣାପଡ଼ିଛି।


from Odisha Reporter http://bit.ly/2YVOk42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages