ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

ଆମେଠି: ଉତ୍ତର ପ୍ରଦେଶର ଆମେଠି ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କ ହତ୍ୟା ଘଟଣାରେ ପୁଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରିଛି। ଏମାନେ ଆଞ୍ଚଳିକ ସ୍ତରୀୟ ରାଜନୀତିକ ଶତ୍ରୁତା ଯୋଗୁ ସୁରେନ୍ଦ୍ରଙ୍କୁ ହତ୍ୟା କରିଥିବା ପୁଲିସ୍‌ କହିଛି।

ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି, “ଆମେ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛୁ। ଏବେ ବି ଦୁଇ ଜଣ ଫେରାର ଅଛନ୍ତି। ଆମେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରିବୁ। ଗିରଫ ଅଭିଯୁକ୍ତଙ୍କ ବୟାନ ଓ ମିଳିଥିବା ପ୍ରମାଣ ଆଧାରରେ ଆଞ୍ଚଳିକ ସ୍ତରର ରାଜନୀତିକ ଶତ୍ରୁତା କାରଣରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।”

ସୁରେନ୍ଦ୍ର ସିଂହଙ୍କୁ ତାଙ୍କ ଘରପାଖରେ ଆକ୍ରମଣ କରାଯାଇଥିଲା। ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ର ଲୋକସଭା ନିର୍ବାଚନ ବେଳେ ସ୍ମୃତି ଇରାନୀଙ୍କ ପାଇଁ ଜୋରଦାର ପ୍ରଚାର କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସ୍ମୃତି ଇରାନୀ ତୁରନ୍ତ ଆମେଠିରେ ପହଞ୍ଚିବା ସଙ୍ଗେସଙ୍ଗେ କୋକେଇକୁ ଅନ୍ୟମାନଙ୍କ ସହ ମିଶି ନିଜ କାନ୍ଧରେ ଶ୍ମଶାନକୁ ନେଇଥିଲେ।



from Odisha Reporter http://bit.ly/2YTy8R3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages