କାଠମାଣ୍ଡୁରେ ପହଞ୍ଚିଲା ଟିମ୍, ଉଦ୍ଧାର ହେବ କଳ୍ପନାଙ୍କ ମରଶରୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

କାଠମାଣ୍ଡୁରେ ପହଞ୍ଚିଲା ଟିମ୍, ଉଦ୍ଧାର ହେବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ପାହାଡ଼ ଶଯ୍ୟାରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପାହାଡ଼ି କନ୍ୟା କଳ୍ପନା। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସାରା ରାଜ୍ୟରେ ଖେଳି ଯାଇଛି ଶୋକ। ଅନ୍ୟପକ୍ଷେ ତାଙ୍କ ମରଶରୀର ଏଯାଏ ଘରେ ପହଞ୍ଚି ପାରିନି। ତାଙ୍କର ମରଶରୀର କେତେବେଳେ ଆସି ପହଞ୍ଚିବ, ପରିବାର ଲୋକେ ଅପେକ୍ଷା କରି ବସିଛନ୍ତି।

ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ଯାଇଥିବା ୩ ଜଣିଆ ଟିମ୍ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ଏଭରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ନୂଆଦିଲ୍ଲୀ ହୋଇ କାଠମାଣ୍ଡୁ ଗସ୍ତ କରିଛନ୍ତି।

ଏଥି ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି ପାର୍ଥିବ ଶରୀରକୁ କିପରି ଓଡ଼ିଶା ଅଣାଯାଇ ପାରିବ ସେନେଇ ତତ୍ପରତା ଦେଖାଇଛନ୍ତି। ନେପାଳର ୧୦ଜଣ ଶେରପା ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଉଦ୍ଧାର ଲାଗି ଚେଷ୍ଟା ଚଳାଇଛନ୍ତି। ତେବେ ପାଗ ଭଲ ରହିଲେ ଆଜି ଉଦ୍ଧାର ସମ୍ଭବ ହେବ ବୋଲି ସୂଚନା ମିଳିଛି।



from Odisha Reporter http://bit.ly/2W4G056

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages