ରେକର୍ଡ଼ ଭାଙ୍ଗିଲା ପାରାଦୀପ ବନ୍ଦର: ୨୪ ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ରେକର୍ଡ଼ ଭାଙ୍ଗିଲା ପାରାଦୀପ ବନ୍ଦର: ୨୪ ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ବନ୍ଦରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଜାହାଜ ଚଳାଚଳ କରିଛି। ନିଜର ପୁରୁଣା ରେକର୍ଡକୁ ନିଜେ ଭାଙ୍ଗିଛି ପାରାଦୀପ ବନ୍ଦର। ଏଠାରେ ୨୪ ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ କରିଛି। ୧୦ଟି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିଥିବା ବେଳେ ୯ଟି ପ୍ରସ୍ଥାନ କରିଛି। ୩ଟି ଜାହାଜକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୮ଟି ସହାୟକ ଜାହାଜ ମଧ୍ୟ ଚଳାଚଳ କରିଛି।

ସୋମବାର ସକାଳ ୭ଟାରୁ ମଙ୍ଗଳବାର ସକାଳ ୭ଟା ମଧ୍ୟରେ ଏହି ରେକର୍ଡ ହାସଲ କରିଛି ପାରାଦୀପ ବନ୍ଦର। ଏହି ସମୟରେ ବନ୍ଦର ଆଙ୍କରେଜରେ ଆହୁରି ୩୯ଟି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ ପାଇଁ ଅପେକ୍ଷା କରି ରହିଥିଲେ।

ଚଳିତ ଆର୍ଥିକ ବର୍ଷରେ ୧୨୦ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରିବାକୁ ପାରାଦୀପ ବନ୍ଦର ଲକ୍ଷ୍ୟ ରଖିଥିବା ବେଳେ ଗତ ଦୁଇ ବର୍ଷ ହେଲାଣି ୧୦୦ ନିୟୁତ ମେଟ୍ରିକ ଟନ୍‌ରୁ ଅଧିକ ପଣ୍ୟ କାରବାର କରି ଦେଶରେ ଅନ୍ୟତମ ବୃହତ ବନ୍ଦର ଭାବରେ ସ୍ଥିତି ଜାହିର କରିପାରିଛି। ଗତ ଅକ୍ଟୋବରରେ ୨୦ ଘଣ୍ଟାରେ ୨୭ ଜାହାଜ ଚଳାଚଳ କରାଇ ରେକର୍ଡ କରିଥିଲା ପାରାଦୀପ ବନ୍ଦର।



from Odisha Reporter http://bit.ly/2QxjKuW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages