ଲଣ୍ଡନ୍: ଗୁରୁବାର ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ତେବେ ଏହି ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଟିମର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଡେଲ୍ ଷ୍ଟେନ୍ ଆହତ କାରଣରୁ ଏହି ମ୍ୟାଚ୍ ଖେଳିପାରିବେ ନାହିଁ।
ଏ ନେଇ ଆଜି ଟିମର ମୁଖ୍ୟ କୋଚ୍ ଓଟିସ୍ ଗିବସନ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଷ୍ଟେନ୍ ଏପର୍ଯ୍ୟନ୍ତ ଶତପ୍ରତିଶତ ଫିଟ୍ ହୋଇନାହାନ୍ତି। ୬ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେ ଟିମ୍ ପାଇଁ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି। କିନ୍ତୁ ଏବେ କିଛି କହିବା ଠିକ୍ ହେବ ନାହିଁ ବୋଲି ଗିବସନ୍ କହିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ଷ୍ଟେନ୍ ଟିମ୍ ସହ ଟ୍ରେନିଂ ସେସନରେ ଯୋଗ ଦେଇଥିଲେ ହେଁ, ବୋଲିଂ କରିନଥିଲେ। ସେ ତୁରନ୍ତ ଫିଲ୍ଡ ଛାଡ଼ି ଚାଲିଥିବା ବେଳେ କିଛି ସମୟ ପରେ ପୁଣିଥରେ ଫେରିଥିଲେ। ଷ୍ଟେନ୍ ଦକ୍ଷିଣ ଆଫ୍ରିକା ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ତାଙ୍କ ଉପସ୍ଥିତି ଟିମର ବୋଲିଂକୁ ମଜଭୁତ୍ କରିବ। ଜୁନ୍ ୫ ତାରିଖରେ ଭାରତ ବିପକ୍ଷ ମ୍ୟାଚରେ ଷ୍ଟେନଙ୍କ ଖେଳିବା ନେଇ ଟିମ୍ ମ୍ୟାନେଜମେଣ୍ଟ ଆଶାବାଦୀ ଅଛି।
from Odisha Reporter http://bit.ly/2woV2TY
No comments:
Post a Comment