ଗୁଳିମାଡ଼ରେ ୧୨ ମୃତ, ୬ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 31, 2019

ଗୁଳିମାଡ଼ରେ ୧୨ ମୃତ, ୬ ଆହତ

ୱାଶିଂଟନ୍‌: ଆମେରିକାର ଭର୍ଜିନିଆ ବିଚ୍‌ରେ ଗୁଳିମାଡ଼ରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସେ ଭର୍ଜିନିଆ ବିଚ୍‌ରେ କାର୍ଯ୍ୟ କରୁଥିଲେ।

ଭର୍ଜିନିଆ ବିଚ୍‌ରେ ଥିବା ମ୍ୟୁନିସିପାଲିଟି ଅଫିସ୍‌ ଗତକାଲି ଅପରାହ୍ଣ ୫ଟାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ତାଙ୍କ ସହକର୍ମୀମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ସେତେବେଳେ ସେଠାରେ ସେମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ସହିତ ଗୁଳିବିନିମୟ ବେଳେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା। ତେବେ ସେ କାହିଁକି ଏମିତି କାଣ୍ଡ ଘଟାଇଲେ, ତାହା ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଭର୍ଜିନିଆର ଗଭର୍ଣ୍ଣର କହିଛନ୍ତି ଯେ, ତାଙ୍କ ଟିମ୍ ସ୍ଥିତି ଉପରେ ନଜର ରଖିଛି।

ସୂଚନାଯୋଗ୍ୟ, ଆମେରିକାରେ ଏଭଳି ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉ ନାହିଁ। ନିକଟରେ ଏଠାରେ ଏକ ସ୍କୁଲ୍‌ରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିଲେ।



from Odisha Reporter http://bit.ly/30WmPt8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages