ବାଇକ୍‌କୁ ଧକ୍କା ଦେଲା ବୋଲେରୋ, ବାପା-ପୁଅ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ବାଇକ୍‌କୁ ଧକ୍କା ଦେଲା ବୋଲେରୋ, ବାପା-ପୁଅ ମୃତ

accident

ଆସିକା(ମନୋଜ ମୁନି):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତାର ଜଗନ୍ନାଥପୁର ଛକରେ ଏକ ବୋଲେରୋ ବାଇକ୍‌କୁ ଧକ୍କା ଦେଇଛି। ଏଥିରେ  ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଓ ଆଉ ଜଣେ ପୁଅ ଗୁରୁତର ହୋଇଛନ୍ତି। ମୃତକ ହେଲେ ସନ୍ତୋଷ ପ୍ରଧାନ (ବାପା)। ମୃତ ପୁଅର ନାମ ଜଣାପଡ଼ି ନାହିଁ। ତାଙ୍କ ଘର ଏରେଂଡ୍ରା ଗାଁରେ।

ଆଜି ସକାଳ ପ୍ରାୟ ସାଢେ ନଅଟା ବେଳେ ସନ୍ତୋଷ ଏକ ବାଇକ୍‌ରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅଙ୍କୁ ଧରି ଗାଁକୁ ଆସୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ତାଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଡପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ମେଡିକାଲରେ ସାତ ବର୍ଷ ପୁଅର ମୃତ୍ୟୁ ଘଟିଛି।

ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ କରିଛି। ଏଥିସହ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

 



from Odisha Reporter http://bit.ly/2WSxi6n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages