ଇଣ୍ଡୋ-ନେପାଳ ଫିଲ୍ମରେ କଣ୍ଠ ଦେଇ ଚର୍ଚ୍ଚା ସାଉଁଣ୍ଟୁଛନ୍ତି ଓଡ଼ିଆ ସିଙ୍ଗର ସୋହିନି ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଇଣ୍ଡୋ-ନେପାଳ ଫିଲ୍ମରେ କଣ୍ଠ ଦେଇ ଚର୍ଚ୍ଚା ସାଉଁଣ୍ଟୁଛନ୍ତି ଓଡ଼ିଆ ସିଙ୍ଗର ସୋହିନି ମିଶ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଇଣ୍ଡିଆନ ଆଇଡଲ ସିଜିନ-୬ରେ ଅଂଶଗ୍ରହଣ କରି ନିଜ କଣ୍ଠ ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ପାରିଥିବା ଓଡ଼ିଆ ଝିଅ ସୋହିନି ମିଶ୍ର ଏବେ ବଲିଉଡ଼ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ  ଆଗେଇ ଆସିଛନ୍ତି। ଓଡ଼ିଆ ମ୍ୟୁଜିକ ଜଗତରେ ସୋହିନି ବେଶ ସୁପରିଚିତ ନାମ। ସୋହିନିଙ୍କ ଡେବ୍ୟୁ ସିଙ୍ଗର ଭାବେ ବଲିଉଡ଼ ଫିଲ୍ମ ହେବାକୁ ଯାଉଛି ‘କଡ଼କେ କମାଲ କେ’। ଏହା ଉଭୟ ହିନ୍ଦୀ ଓ ନେପାଳ ଭାଷାର ଫିଲ୍ମ।

ଏଥିରେ  ଜଣାଶୁଣା  କମେଡିଆନ ରାଜପାଲ ଯାଦବ ଏବଂ ଆର୍ୟନ ଅଧିକାରୀ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।  ସୋହିନି ଗାଇଥିବା ରୋମାଣ୍ଟିକ ଗୀତ ‘ ତୁଝେ କ୍ୟୁ ନା ମେ ପ୍ୟାର କରୁ’  ଦର୍ଶକଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଛି। ଏଥିରେ ତାଙ୍କ ସହ ସ୍ୱର ମିଳାଇଛନ୍ତି ତାଶ୍‌ ଏମ୍‌।   ଲକ୍ଷ୍ମଣ ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶେୟା ଘୋଷାଲ ଓ ସୁନିଧୀ ଚୌହ୍ୱାନଙ୍କ ପରି ବଲିଉଡ଼ର ଆଗ ଧାଡ଼ିର ସିଙ୍ଗରଙ୍କ ସ୍ୱର ମଧ୍ୟ ଆପଣ ଶୁଣିବାକୁ ପାଇବେ।

ବହୁ ଦିନରୁ ବଲିଉଡ଼ରେ ଏଣ୍ଟ୍ରି କରିବାକୁ ମୁଁ ଅନାଇ ବସିଥିବା ବେଳେ ଏବେ ସୁଯୋଗ ପାଇଥିବାରୁ ବହୁତ ଖୁସି। ଏହି ଫିଲ୍ମ ପରେ ବଲିଉଡ଼ରେ ଅଧିକ ସୁଯୋଗ ପାଇପାରିବି ବୋଲି ଆଶା କରିଥିବା କହିଛନ୍ତି ସୋହିନି। ଇଣ୍ଡିଆନ ଆଇଡ଼ଲରେ ପରିଚୟ ସୃଷ୍ଟି କରିଥିବା ସୋହିନି ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଫିଲ୍ମ ଲାଗି କଣ୍ଠଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ଓଡ଼ିଆ ଲୋକମାନେ ପରଦା ପଛରେ ରହୁଥିବା କଳାକାରଙ୍କୁ ଚିହ୍ନିବାକୁ ଆହୁରି ସମୟ ଦରକାର ବୋଲି କ୍ଷୋଭର ସହ କହିଛନ୍ତି ସୋହିନି।

ସୋହିନି ୨୦୧୨ ମସିହାରେ ମୁମ୍ୱାଇରେ କ୍ୟାରିଅର ଆରମ୍ଭ କରିବାକୁ ଯାଇ ଜିଙ୍ଗଲ୍ସ ଗାଇଥିବା ବେଳେ ଏହାପରେ ଟିଭି ଶୋରେ ଗାଇବା ଆରମ୍ଭ କରିଥିଲେ।  ଓଡ଼ିଆ, ହିନ୍ଦୀ  ବ୍ୟତୀତ ସେ ମରାଠି ଓ ମଲାୟଲମ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି।  ଭାଷା ଜଣେ କଳାକାର ଲାଗି ବାଧା ସୃଷ୍ଟି କରି ପାରିନି ବୋଲି ତାଙ୍କର ମତ। ନିଜର ଏକ ମ୍ୟୁଜିକାଲ ବ୍ୟାଣ୍ଡ କରିବା ଉପରେ ସେ କାମ ଚଳାଇଥିବା ବେଳେ ଏହି ବ୍ୟାଣ୍ଡ ଆମେରିକା, ଲଣ୍ଡନ ଆଦି ଦରିଆ ପାରି ଦେଶରେ ଶୋ ଅର୍ଗାନାଇଜ କରି ପରଫର୍ମ କରି ପ୍ରଶଂସା ସାଉଣ୍ଟିବ ବୋଲି ସେ ଆଶା କରିଛନ୍ତି।

ବ୍ୟକ୍ତିଗତ ଜୀବନ କଥା କହିଲେ ସୋହିନିଙ୍କ ବାପାମା’ କଟକସ୍ଥିତ ଅଲ ଇଣ୍ଡିଆ ରେଡିଓରେ କଳାକାର ଭାବେ କାମ କରୁଥିବା ବେଳେ ସୋହିନି ମଧ୍ୟ ଏହାକୁ କ୍ୟାରିଅର କରିବାକୁ ବାଛିଥିଲେ। ସେ ରେଭେନ୍ସା ୟୁନିଭରସିଟିରୁ ବାୟୋଟେକନୋଲୋଜିରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।



from Odisha Reporter http://bit.ly/2EjWwDk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages