
ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେବା ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ମହଙ୍ଗା ପଡ଼ିଛି। ବାବ୍ରୀ ମସଜିଦ୍ ଉପରେ ସାଧ୍ୱୀ ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ କମିଶନ ଆଜି ତାଙ୍କୁ ଦଣ୍ଡିତ କରିଛନ୍ତି।
ସେ ଆସନ୍ତା ୭୨ ଘଣ୍ଟା ପାଇଁ କୌଣସି ନିର୍ବାଚନୀ ସଭା କିମ୍ବା ପ୍ରଚାର କରିପାରିବେ ନାହିଁ ବୋଲି କମିଶନ କହିଛନ୍ତି। ଏହି ବ୍ୟାନ୍ ଆଦେଶ ଆସନ୍ତାକାଲି ସକାଳ ୬ଟାରୁ ଆରମ୍ଭ ହେବ। ସାଧ୍ୱୀ ପ୍ରଜ୍ଞା ୨୬/୧୧ ମୁମ୍ବାଇ ହମ୍ଲାରେ ସହିଦ ହୋଇଥିବା ହେମନ୍ତ କରକରେଙ୍କୁ ଅପମାନିତ କରିଥିଲେ। ସେହିପରି ବାବ୍ରୀ ମସଜିଦ୍ ଭାଙ୍ଗି ସେ ଗର୍ବିତ ବୋଲି ବୟାନ ଦେଇଥିଲେ। ଏଥିପାଇଁ ନିର୍ବାଚନ କମିଶନ ତାଙ୍କୁ ନୋଟିସ୍ କରି ଜବାବ ତଲବ କରିଥିଲେ।
from Odisha Reporter http://bit.ly/2Je9juF
No comments:
Post a Comment