
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଖିନ୍ଭିନ୍ ହୋଇଯାଇଛି ରାଜଧାନୀ ଭୁବନେଶ୍ୱର। ଅନେକ ଚାଳ, ଟିଣ ଓ ଆଜ୍ବେଷ୍ଟସ୍ ଘର ଭାଙ୍ଗି ଥିବା ବେଳେ ଛୋଟବଡ଼ ବହୁ ଗଛ ଉପୁଡ଼ି ପଡ଼ିଛି। ଗଛ ଉପୁଡ଼ି ବହୁ ଘରର ପାଚେରି ଭାଙ୍ଗିଯାଇଛି। ଗଛ ଉପୁଡ଼ି ବିଦ୍ୟୁତ୍ ତାରରେ ପଡ଼ିଛି। ତେଣୁ ବହୁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ ତାର ସବୁ ଛିଣ୍ଡି ଯାଇଛି। ତେଣୁ ଶୁକ୍ରବାର ଠାରୁ ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଦୁଇ ଦିନ ହେଲାଣି ପୂରା ସହର ଅନ୍ଧାରରେ ରହିଛି। ଅବଶ୍ୟ ‘ଫୋନି’ ଆସିବା ପୂର୍ବରୁ ଅର୍ଥାତ୍ ଗୁରୁବାର ରାତିରୁ ସହରରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଥିଲା।
ଦୁଇ ଦିନ ହେଲା ପୂରା ରାଜଧାନୀ ଅନ୍ଧାରରେ ଥିବା ବେଳେ ଉପୁଡ଼ି ରାସ୍ତାରେ ଓ ବିଦ୍ୟୁତ୍ ତାରରେ ପଡ଼ିଥିବା ଗଛଗୁଡ଼ିକୁ ସଫା କରାଯାଉଛି। ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ର କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ଯୋଗୁ ଲୋକେ ପାଣି ପାଇଁ ବି ଭାରି ହନ୍ତସନ୍ତ ହେଉଛନ୍ତି। ଆଖପାଖରେ ଥିବା କୂଅ, ନଳକୂପ ଆଦିରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। କେହି କେହି ଜେନେରେଟର ବ୍ୟବସ୍ଥା କରି ବୋର୍ୱେଲ୍ରୁ ପାଣି ଉଠାଉଛନ୍ତି। ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ଦୁଇ ତିନି ଦିନ ଲାଗିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ସକାଳେ ‘ଫୋନି’ ପୁରୀ ସହରରେ ଲ୍ୟାଣ୍ଡଫଲ୍ କରିବା ପରେ ଉପକୂଳ ଓଡ଼ିଶାରେ ଏହା ତାଣ୍ଡବ ଦେଖିବାକୁ ମିଳିଥିଲା। ବିଶେଷ କରି ପୁରୀ, ଭୁବନେଶ୍ୱର ଓ କଟକରେ ଛୋଟବଡ଼ ବହୁ ଗଛ ସହିତ ଅନେକ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି।
from Odisha Reporter http://bit.ly/2V4K1B7
No comments:
Post a Comment