
ପୁରୀ(ମଧୁସୂଦନ ମିଶ୍ର): ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ ପାଇଁ ଏ ସମସ୍ତ ମୃତଦେହଗୁଡ଼ିକୁ ପୁରୀ ଡାକ୍ତରଖାନାକୁ ଅଣାଯାଇଥିବା ଏଡିଏମ୍ଓ ସୂଚନା ଦେଇଛନ୍ତି।
ତେବେ ମୃତକମାନେ କେଉଁ ଅଞ୍ଚଳର ଓ କେଉଁ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି।
ଏହାକୁ ମିଶାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ‘ଫୋନି’ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଆଶଙ୍କା କରାଯାଉଛି।
from Odisha Reporter http://bit.ly/2GWz3J7
No comments:
Post a Comment