ନିଆରା ସର୍ଭେ: ସ୍ପଷ୍ଟ ବହୁମତ ପାଇବେନି କୌଣସି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ନିଆରା ସର୍ଭେ: ସ୍ପଷ୍ଟ ବହୁମତ ପାଇବେନି କୌଣସି ଦଳ

ନୂଆଦିଲ୍ଲୀ:ରବିବାର ସନ୍ଧ୍ୟାରେ ଶେଷ ପର୍ଯ୍ୟାୟ ମତଦାନ ସହ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଭୋଟିଂ ସରିଯାଇଛି। ଅଳ୍ପ କିଛି ସ୍ଥାନରେ ନିର୍ବାଚନ ଘୁଞ୍ଚିଥିବାବେଳେ କେନ୍ଦ୍ରରେ ସରକାର କିଏ ଗଢ଼ିବ, ତାହା ଆସନ୍ତା ୨୩ ତାରିଖରେ ସ୍ପଷ୍ଟ ହୋଇଯିବ। ଚୂଡ଼ାନ୍ତ ଫଳାଫଳକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଭରି ରହିଛି। ତେବେ ଏହା ପୂର୍ବରୁ ସମସ୍ତ ପ୍ରମୁଖ ଟିଭି ଚ୍ୟାନେଲ ଏହାର ଫଳାଫଳ ନେଇ ଏକଜିଟ୍‌ ପୋଲ ଜରିଆରେ ନିଜ ନିଜର ଆକଳନ କରିସାରିଛନ୍ତି। କିନ୍ତୁ ଏଚ୍‌ଡବଲ୍‌ୟୁ(HW) ନ୍ୟୁଜ୍‌ର ଆକଳନ ଟିକେ ଭିନ୍ନ ରହିଛି।

ଏଚ୍‌ଡବଲ୍‌ୟୁ ନ୍ୟୁଜ୍‌ର ଆକଳନ ଅନୁଯାୟୀ, ବିଭିନ୍ନ ରାଜ୍ୟର ବିଭିନ୍ନ ଦଳର ରାଜନୀତିକ କର୍ମୀଙ୍କୁ ନେଇ କରାଯାଇଥିବା ପୋଲରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିପାରିବନାହିଁ ବୋଲି ସୂଚନା ମିଳିଛି। ପଲିଟିସିଆନ୍‌ ପୋଲ୍‌ରେ ଆକଳନ କରାଯାଇଛି ଯେ ବର୍ତ୍ତମାନ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୨୨୩ ଆସନ ପାଇବାର ସମ୍ଭାବନା ରହିଛି। ଅର୍ଥାତ ମ୍ୟାଜିକ ନମ୍ବର ୨୭୨ରୁ ଏନ୍‌ଡିଏ ୪୯ଟି କମ୍‌ ଆସନରେ ଜିତିବ।

ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ୧୮୭ ଆସନ ମିଳିବ ବୋଲି ଆକଳନ ହୋଇଛି। ଏହା ବହୁମତଠାରୁ ୮୫ଟି ଆସନ କମ୍‌। ଅନ୍ୟଦଳମାନଙ୍କୁ ୧୧୬ଟି ଆସନ ମିଳିବାର ସମ୍ଭାବନା ଥିବା ଏହି ଆକଳନରେ କୁହାଯାଇଛି।

ଅନ୍ୟପକ୍ଷରେ ସଂସଦକୁ ସବୁଠାରୁ ଅଧିକ ସାଂସଦ ପଠାଉଥିବା ଉତ୍ତରପ୍ରଦେଶରେ ପୂର୍ବଥର ବିଜେପି ୭୨ଟି ଆସନରେ ଜିତିଥିଲା, ଯାହାକି ଦଳର ମ୍ୟାଜିକ୍‌ ନମ୍ବରକୁ ମଜଭୁତ୍‌ କରିପାରିଥିଲା। ଏଚ୍‌ଡବଲ୍‌ୟୁ ନ୍ୟୁଜ୍‌ର ଆକଳନ ଅନୁଯାୟୀ ଏଥର କିନ୍ତୁ ବିଜେପି ନେତୃତ୍ୱରେ ଥିବା ଏନ୍‌ଡିଏ ମେଣ୍ଟକୁ ମାତ୍ର ୪୦ଟି ଆସନରେ ସୀମିତ ରହିବାକୁ ପଡ଼ିପାରେ।



from Odisha Reporter http://bit.ly/2w8y03K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages