‘ଫୋନି କ୍ଷୟକ୍ଷତି ଆକଳନରେ ରାଜ୍ୟ ସରକାର ବିଫଳ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

‘ଫୋନି କ୍ଷୟକ୍ଷତି ଆକଳନରେ ରାଜ୍ୟ ସରକାର ବିଫଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’କୁ ୧୮ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ପାଖରେ “ଜିରୋ କାଜୁଆଲିଟିର” ନାରା ଦେଉଥିବା ସରକାର ପହଞ୍ଚି ପାରିନାହାନ୍ତି। ଏପରିକି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିପନ୍ନ ଲୋକଙ୍କ କ୍ଷୟକ୍ଷତି ଆକଳନ କରିବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି।

ବିଜେପି ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପାଧ୍ୟକ୍ଷ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ୭ଜଣିଆ ପ୍ରତିନିଧି ଦଳ ଆଜି ପୁରୀ ଜିଲ୍ଲାର କଣାସ ବ୍ଲକର ତ୍ରିଲୋଚନପୁର ପଞ୍ଚାୟତର କଣ୍ଠପଡ଼ା ଗାଁକୁ ଯାଇ ‘ଫୋନି’ ବାତ୍ୟାରେ ପ୍ରବଳ କ୍ଷତି ଯୋଗୁ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଯୁବଚାଷୀ ବିଶ୍ୱନାଥ ଦଳେଇଙ୍କ ପରିବାରକୁ ଭେଟିଛି। ମୃତ ବିଶ୍ୱନାଥ ନିଜର ୧ ଏକର ଡାଳୁଅ ଧାନ ଚାଷ ସହ ପ୍ରାୟ ୩ ଏକର ଭାଗଚାଷ କରିଥିଲେ। ପ୍ରାୟ ୩ଲକ୍ଷ ଟଙ୍କା ଋଣ ମଧ୍ୟ କରିଥିଲେ। କିନ୍ତୁ ଚାଷ ଉଜୁଡ଼ି ଯିବାରୁ ସେ ଦୁଃଖ ସମ୍ଭାଳି ନପାରି କୀଟନାଶକ ପିଇଥିଲେ ଓ ୧୦ଦିନ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରି ପ୍ରାଣ ହରାଇଛନ୍ତି। ଏହା ଜାଣି ମଧ୍ୟ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସରକାର ମଧ୍ୟ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର ନକରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି। ରାଜ୍ୟ ସରକାର ତୁରନ୍ତ ମୃତ ବିଶ୍ୱନାଥଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ଓ ପକ୍କା ଘର ଯୋଗାଇ ଦେବାକୁ ବିଜେପି ଦାବି କରିଛି।

ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ହଜାର ହଜାର ଲୋକ ବିଶେଷକରି ପୁରୀ, ଖୋର୍ଦ୍ଧା,ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ହଜାର ହଜାର ଲୋକ ବିପନ୍ନ ହୋଇଥିଲେ ମଧ୍ୟ ସରକାରଙ୍କ କ୍ଷୟକ୍ଷତି ଆକଳନରେ ବିଳମ୍ବ ଏବଂ ରିଲିଫ ବାଣ୍ଟିବାରେ ପାତରଅନ୍ତର କାରଣରୁ ବିପନ୍ନଙ୍କ ପାଖରେ ପ୍ରଶାସନର ସହାୟତା ପହଞ୍ଚି ପାରିନାହିଁ।

ଏହି ପ୍ରତିନିଧି ଦଳରେ ରାଜ୍ୟ କୃଷକମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଜଗଦେବ, ରାଜ୍ୟ ଉପସଭାପତି ହୃଷିକେଶ ଜେନା ଓ ରଞ୍ଜନ ମଙ୍ଗରାଜ, ଅଶୋକ ମହାନ୍ତି, ଅଜୟ ପ୍ରଧାନ, ବିଶ୍ୱଜିତ୍ ବଡଜେନା, ରାମଚନ୍ଦ୍ର ବେହେରା, ତରଣୀ ସେନ ସ୍ୱାଇଁ ଓ ଅନନ୍ତ ସାମନ୍ତରାୟ ପ୍ରମୁଖ ସାମିଲ ଥିଲେ।



from Odisha Reporter http://bit.ly/30A2qd9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages