କୁଆଁରୀ ମା’ ପୋତିଦେଇଥିବା ଶିଶୁକୁ ଉଦ୍ଧାର କଲା କୁକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

କୁଆଁରୀ ମା’ ପୋତିଦେଇଥିବା ଶିଶୁକୁ ଉଦ୍ଧାର କଲା କୁକୁର

ବ୍ୟାଙ୍ଗକକ୍‌: କୁଆଁରୀ ମା’ ପୋତି ଦେଇ ଯାଇଥିବା ସଦ୍ୟଜନ୍ମିତ ଶିଶୁକୁ ମାଟିତଳୁ ଉଦ୍ଧାର କରିଥିବା କୁକୁର ଏବେ ବେଶ ଚର୍ଚ୍ଚାରେ। ଥାଇଲ୍ୟାଣ୍ଡରେ ଏଭଳି ଏକ ଘଟଣା ଘଟିଛି, ଯେଉଁଥିରେ ଏକ ଫାର୍ମ ଭିତରେ ପୋତାଯାଇଥିବା ଶିଶୁକୁ କୁକୁରଟି ସେହିଦିନ ହିଁ ଉଦ୍ଧାର କରିଛି। କୁକୁରଟିର ନାଁ ପିଙ୍ଗପଙ୍ଗ ବୋଲି ଜଣାପଡ଼ିଛି।

କୁକୁରଟି ଉକ୍ତ ସ୍ଥାନ ଖୋଳିବା ସହ ଜୋରରେ ଭୁକି ତା ମାଲିକଙ୍କୁ ଡାକିଥିଲା। ଯାହାଫଳରେ ମାଲିକ ଉତ୍ସୁକତାର ସହ ସେହି ସ୍ଥାନରେ ପହଞ୍ଚିଥିଲେ। ପୁଲିସ କହିବା ଅନୁଯାୟୀ, ମା’ଟି ଶିଶୁକୁ ପୋତିଦେଇ ଯିବାର ଅଳ୍ପ କ୍ଷଣ ମଧ୍ୟରେ କୁକୁର ଏହାକୁ ଠାବ କରିଥିଲା। ତେଣୁ ସେ ଶିଶୁକୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇ ପାରିଲା।

ବର୍ତ୍ତମାନ ଛୁଆଟି ମେଡିକାଲରେ ଚିକିତ୍ସାଧୀନ ଅଛି ଏବଂ ସୁସ୍ଥ ହେଉଛି। କୁଆଁରୀ ମା’କୁ ଚିହ୍ନଟ କରାଯାଇ ତା’ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ତାକୁ ମାତ୍ର ୧୫ ବର୍ଷ ବୋଲି ଜଣାପଡ଼ିଛି। ସେ ବାପା ମା’ଙ୍କ ଡରରେ ଏଭଳି କରିଥିବା ପୁଲିସ୍‌ କହିଛି।

ସୋଶାଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେଉଥିବାବେଳେ ଜଣେ ୟୁଜର ଲେଖିଛନ୍ତି, କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ।



from Odisha Reporter http://bit.ly/2Hotuo1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages