
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତ ଉଠାଦେକାନୀ, ନଡ଼ିଆ ଚାଷୀ ଓ କୁକୁଡ଼ା ଚାଷୀଙ୍କ ପାଇଁ ଆଜି ରାଜ୍ୟ ସରକାର ୧୦୦କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ସହାୟତା ଦେବେ।
ବାତ୍ୟା ଯୋଗୁ ଜୀବିକା ପ୍ରଭାବିତ ହୋଇଥିବା ୧୧ଟି ସହରାଞ୍ଚଳର ୩୦ହଜାର ଉଠାଦୋକାନୀଙ୍କୁ ୧୦ହଜାର ଟଙ୍କା ଲେଖାଏ ନଗଦ ସହାୟତା ମିଳିବ। ସେହିପରି ଉପକୂଳ ଓଡ଼ିଶାରେ ଜୀବିକା ନିର୍ବାହର ମୁଖ୍ୟ ମାଧ୍ୟମ ପାଲଟିଥିବା ନଡ଼ିଆ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରତି ଭଙ୍ଗା ନଡ଼ିଆ ଗଛ ପିଛା ୫୦୦ଟଙ୍କା ନଗଦ କ୍ଷତିପୂରଣ ମିଳିବ। ଜଣେ ଚାଷୀଙ୍କୁ ସର୍ବାଧିକ ୨୫ଟି ଭଙ୍ଗା ନଡ଼ିଆ ଗଛର ସହାୟତା,ଅର୍ଥାତ୍ ୧୨,୫୦୦ଟଙ୍କା ନଗଦ ମିଳିବ। ଏହି ସହାୟତା ମେ’ ୧୧ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିବା କୃଷି ଇନପୁଟ ସବସିଡି ଓ ବିହନ ସହାୟତା ପରେ ଏହା ଅତିରିକ୍ତ ଭାବେ ମିଳିବ।
ସେହିପରି ବହୁ କୁକୁଡ଼ା ଚାଷୀ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କୁକୁଡ଼ା ଚାଷ କରିଥିବା ଚାଷୀଙ୍କୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡି( ୫୦୦ କୁକୁଡ଼ା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ)ପ୍ରଦାନ କରାଯିବ। ୨ହଜାର କୁକୁଡ଼ା ରଖିଥିବା ଚାଷୀଙ୍କୁ ମଧ୍ୟ ଅନୁରୂପ ଭାବେ ସହାୟତା ମିଳିବ।
from Odisha Reporter http://bit.ly/2Js4rD6
No comments:
Post a Comment