ବିରାଟଙ୍କ ଭଳି ବ୍ୟାଟିଂ କରି ଚର୍ଚ୍ଚାରେ ଏହି ପାକିସ୍ତାନୀ କ୍ରିକେଟର୍, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ବିରାଟଙ୍କ ଭଳି ବ୍ୟାଟିଂ କରି ଚର୍ଚ୍ଚାରେ ଏହି ପାକିସ୍ତାନୀ କ୍ରିକେଟର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ କ୍ରିକେଟ୍ ତାରକା ବହୁତ ଲୋକପ୍ରିୟ। କେହି ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଷ୍ଟାଇଲକୁ ନକଲ କରନ୍ତି ତ କେହି ତାଙ୍କ ଫ୍ୟାଶନକୁ ମଧ୍ୟ ଅନୁସରଣ କରନ୍ତି। ଅହମ୍ମଦ ଶେହଜାଦ ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ୍ କୋହଲିଙ୍କ ଭଳି ଲାଗନ୍ତି ଏବଂ ତାଙ୍କ ଭଳି ବ୍ୟାଟିଂ ମଧ୍ୟ କରନ୍ତି।

ଏହି କାରଣରୁ ଶେହଜାଦ ଅନେକ ସମୟରେ ଟ୍ୱିଟରରେ ଟ୍ରୋଲର ଶିକାର ହୋଇଛନ୍ତି। ତେବେ ପଡ଼ୋଶୀ ଦେଶରେ ଏଭଳି ଆଉ ଜଣେ ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯିଏ ବିରାଟଙ୍କ ଭଳି ବ୍ୟାଟିଂ କରି ଚର୍ଚ୍ଚା ସାଉଁଣ୍ଟିଛନ୍ତି। ତାଙ୍କ ନାମ ହେଉଛି ଉସାମା ବାଲୋଚ୍।

ବାଲୋଚ୍ ମାତ୍ର ୧୮ ବର୍ଷର ଏବଂ ସେ ସମ୍ପୂର୍ଣ୍ଣ ଭାବେ ବିରାଟଙ୍କ ଭଳି ବ୍ୟାଟିଂ କରନ୍ତି। ଡେରା ମୁରାଦ ଜମାଲୀରେ ଜନ୍ମିତ ଉସାମା ପିଲାଦିନରୁ ପାକିସ୍ତାନ ପକ୍ଷରୁ କ୍ରିକେଟ୍ ଖେଳିବା ସ୍ୱପ୍ନ ଦେଖିଆସୁଛନ୍ତି। ତାଙ୍କ ବ୍ୟାଟିଂ ଷ୍ଟାଇଲ୍ ବିରାଟଙ୍କ ପରି। ଶଟ୍ ମାରୁଥିବା ବେଳେ କୋହଲି ଯେପରି ନିଜ ଗୋଡର ବ୍ୟବହାର ଅଧିକ କରନ୍ତି, ଠିକ୍ ସେହିପରି ଉସାମା କରୁଛନ୍ତି। ସେ ମଧ୍ୟ କଟ୍ ଶଟ୍ ଏବଂ କଭର୍ ଡ୍ରାଇଭ୍ ମଧ୍ୟ ବିରାଟଙ୍କ ଭଳି ଖେଳୁଥିବାର ଦେଖିବାକୁ ମିଳିଛି।

ତେବେ ତାଙ୍କ ଏହି ବ୍ୟାଟିଂ ଷ୍ଟାଇଲ୍ କରାଚୀ ପ୍ରିମିୟର୍ ଲିଗରେ ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ତାଙ୍କ ବ୍ୟାଟିଂ କରୁଥିବାରୁ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଜୋହର ବିୟର୍ସ ପକ୍ଷରୁ ଖେଳୁଥିବା ଉସାମା ୩୯ ବଲରେ ୬୯ ରନ୍ କରିଥିଲେ। ଏହି ମୁକାବିଲାରେ ତାଙ୍କୁ କୋହଲିଙ୍କ ଷ୍ଟାଇଲରେ ଖେଳୁଥିବାର ଦେଖିବାକୁ ମିଳିଛି। ଚୟନକର୍ତ୍ତା ମଧ୍ୟ ଏବେ ଏହି ଯୁବ କ୍ରିକେଟରଙ୍କ ଉପରେ ନଜର ପକାଇବା ଆରମ୍ଭ କରିଦେଲେଣି, ଏହି କାରଣରୁ ତାଙ୍କୁ ଆସନ୍ତାବର୍ଷ ପାକିସ୍ତାନ ସୁପର୍ ଲିଗରେ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2vYMnYn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages