ପୁରୀ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ନବୀନ: ମାଗଣାରେ ମିଳିବ ଚାଉଳ, କିରାସିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ପୁରୀ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ନବୀନ: ମାଗଣାରେ ମିଳିବ ଚାଉଳ, କିରାସିନି

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଫୋନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ଆଜି ରିଲିଫ୍‌ ଘୋଷଣା କରିଛନ୍ତି ନବୀନ। ପୁରୀ ଗସ୍ତ ଅବସରରେ ପ୍ୟାକେଜ ଘୋଷଣା କରି ନବୀନ କହିଛନ୍ତି ଯେ, ପ୍ରତି ପରିବାରକୁ ମାଗଣାରେ ଅଢ଼େଇ ଲିଟର କିରାସିନି ମିଳିବ। ପ୍ରତି ୧୦ ଦିନରେ ଥରେ ଅଢ଼େଇ ଲିଟର କିରାସିନି ମାଗଣା ମିଳିବ। ବିଦ୍ୟୁତ ଯୋଗାଣ ସ୍ୱାଭାବିକ୍‌ ନହେବା ଯାଏ ମିଳିବ କିରାସିନି।

ପ୍ରଭାବିତ ଅଞ୍ଚଳରେ ୧୦ ଲକ୍ଷ ମହମବତୀ ମାଗଣାରେ ବଣ୍ଟନ ହେବ। ସେହିପରି ପ୍ରତି ପରିବାରକୁ ମିଳିବ ୫୦ କେଜି ଲେଖାଏଁ ଚାଉଳ ଯୋଗାଇ ଦିଆଯିବ। ରାସନ କାର୍ଡ ନଥିବା ପରିବାରକୁ ବି ଚାଉଳ ମିଳିବ। ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ ବଣ୍ଟନ ହେବ। ପୁରୀ ଜିଲ୍ଲାକୁ ବିଦ୍ୟୁତ୍‌ ଯୋଗାଣ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀକୁ ବିଦ୍ୟୁତ୍‌ ଯୋଗାଉଥିବା ସମସ୍ତ ୩ଟି ଲାଇନ ନଷ୍ଟ ହୋଇଥିଲା। ଆଜି ଗୋଟିଏ ଲାଇନକୁ ସଂପୂର୍ଣ୍ଣ ଠିକ କରି ଦିଆଯାଇଛି।

ପୁରୀ, ନିମାପଡ଼ା, କୋଣାର୍କ ସହରକୁ ଆଜି ରାତିରୁ ବିଜୁଳି ଯୋଗାଣ ହେବ। ବିଦ୍ୟୁତ୍‌ ପୁନଃରୁଦ୍ଧାର ପାଇଁ ୧୦ ହଜାର ଲୋକ କାମ କରୁଛନ୍ତି। ଯେତେ ଶୀଘ୍ର ସମ୍ଭବ ସାରା ଜିଲ୍ଲାକୁ ବିଦ୍ୟୁତ୍‌ ଯୋଗାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।



from Odisha Reporter http://bit.ly/30lxf5q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages