
ଆଠଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ୧୯ ତାରିଖରେ କଟକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଆଠଗଡ଼ ନିର୍ବାଚନ ମଣ୍ଡଳୀର ୪ଟି ବୁଥ୍ରେ ହେବ ସାନି ମତଦାନ। ଏଥିପାଇଁ ଜୋର ଧରିଛି ରାଜନୀତି ପ୍ରଚାର। ବିଜେଡି ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଆଜି ୧୩୭ ଓ ୧୩୮ ନମ୍ବର ବୁଥ୍କୁ ଯାଇ ଭୋଟ ଭିକ୍ଷା କରିଛନ୍ତି। ବିଜୁ ଜନତା ଦଳକୁ ଡବଲ ଶଂଖରେ ବିପୁଳ ପରିମାଣର ଭୋଟ ଦେବା ପାଇଁ ନିବେଦନ କରିବା ସହ ପଥପ୍ରାନ୍ତ ସଭାରେ କେନ୍ଦ୍ର ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି।
ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏହି ପୁନଃ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରିଥିବା ବେଳେ ଏହା ଲୋକମାନଙ୍କୁ ଅପମାନ ବୋଲି କହିଛନ୍ତି। ତେବେ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିପାରିନି।
from Odisha Reporter http://bit.ly/2W1jY2B
No comments:
Post a Comment