୨୦୧୪ ମେ’ ୧୬ ଥିଲା ବିଜେପିର ଦିନ, ୨୦୧୯ ମେ’ ୨୩ କାହାର ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

୨୦୧୪ ମେ’ ୧୬ ଥିଲା ବିଜେପିର ଦିନ, ୨୦୧୯ ମେ’ ୨୩ କାହାର ?

modi may 16 2014
ନୂଆଦିଲ୍ଲୀ: ସମୟ ବଦଳିବା ସହିତ ବଦଳିଛି ରାଜନୀତିର ଚିତ୍ର। ଆଜିଠୁ ଠିକ ୫ ବର୍ଷ ତଳେ ଅର୍ଥାତ ୧୬ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜର ସ୍ଥାନ ପକ୍କା କରିଥିଲେ ମୋଦି। ହେଲେ ଚଳିତ ବର୍ଷ ଆଜିର ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦବୀକୁ ଫେରିବା ପାଇଁ ମୋଦି ସଂଘର୍ଷ କରୁଛନ୍ତି। ଠିକ୍ ୫ ବର୍ଷ ପୂର୍ବେ ଆଜିର ତାରିଖରେ ଭୋଟ ଗଣତି ହୋଇଥିଲା। ସବୁ ଆକଳନକୁ ଭୁଲ ପ୍ରମାଣିତ କରି  ବିଜେପି ପ୍ରଥମ ଥର ପାଇଁ ଏକାକୀ ୨୮୨ଟି ଆସନରେ ଜିତିଥିଲା। ହେଲେ ଚଳିତଥର ସେଭଳି ସଫଳତା ଦୋହରାଇବା ପାଇଁ ବିଜେପିକୁ ବହୁତ ଝାଳ ବୁହାଇବାକୁ ପଡ଼ିବ ବୋଲି ପୂର୍ବାନୁମାନ କରାଯାଉଛି। କିନ୍ତୁ ୨୦୧୪ ପରି ଚଳିତ ଥର ୨୮୨ରୁ ଅଧିକ ଆସନରେ ବିଜେପି ଜିତିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
 
ଗତ କଂଗ୍ରେସ ସରକାର ଅମଳରେ ଦୂର୍ନୀତି, ବେରୋଜଗାର ଓ ମହଙ୍ଗା ମାଡ଼ରେ ଅତିଷ୍ଠ ହୋଇ ସାରା ଦେଶ ଏକ ପ୍ରକାର ମୋଦିମୟ ହୋଇଯାଇଥିଲା। ଚଳିତ ଥର ମଧ୍ୟ ସମାନ ପ୍ରସଙ୍ଗ ମୋଦି ସରକାରଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି। ବିରୋଧୀ କଂଗ୍ରେସ ଯଦିଓ ନିଜର ଅଣ୍ଚା ସଳଖି ନାହିଁ ତଥାପି ଆଞ୍ଚଳିକ ଦୁଳ ଗୁଡ଼ିକର ଏକୀକରଣ ଉଦ୍ୟମ କଂଗ୍ରେସକୁ ୨୦୧୪ ତୁଳନାରେ ଅଧିକ ମଜଭୁତ ସ୍ଥିତି ଆଣିଦେଇଛି। ଜଣେ ସ୍ୱଚ୍ଛ ଭାବମୂର୍ତ୍ତି ଚେହେରା, ବିକାଶଶୀଳ ପୁରୁଷ ଏବଂ ସବକା ସାଥ୍ ସବକା ବିକାଶର ନାରା ଦେଇଥିବା ବ୍ୟକ୍ତିଙ୍କୁ ସାରା ଦେଶ ଗତଥର ଭୋଟ ଦେଇଥିଲା। ହେଲେ ଚଳିତ ଥର ମୋଦିଙ୍କ ସରକାର ବିରୋଧରେ ରହିଛି ବିଭାଜନ ସୃଷ୍ଟି ଉଦ୍ୟମ, ଧର୍ମ ନାଁରେ ଧ୍ରୁଵୀକରଣ, ରାଫେଲ୍ ଡିଲରେ ଦୁର୍ନୀତି ଭଳି ଅଭିଯୋଗ ଏବଂ ବେରୋଜଗାର ଭଳି ପ୍ରସଙ୍ଗ। ବିରୋଧୀ ଏହି ସବୁ ପ୍ରସଙ୍ଗକୁ ନେଇ ଏକାଠି ହୋଇଛନ୍ତି। ଯାହାକି ବିଜେପି ପାଇଁ ଚିନ୍ତାର ବିଷୟ ପାଲଟିଛି।
 
ଯଦିଓ ନିର୍ବାଚନ ସରିନାହିଁ ତଥାପି ଏନଡିଏ ବ୍ୟତୀତ ଅନ୍ୟାନ୍ୟ ଦଳ ବିଜେଡି, ଓ୍ୱାଇଏସଆର କଂଗ୍ରେସ ଆଦି ଦଳଙ୍କ ସହ ବିଜେପି ଭିତିରିଆ କଥାବାର୍ତ୍ତା କରୁଥିବାର ସୂଚନା ରହିଛି। ୨୦୧୪ରେ ବିଜେପି ଏକାକୀ ୨୮୨ଟି ଆସନ ଜିତିଥିବା ବେଳେ ଏନଡିଏ ମୋଟ ୩୩୬ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା। ବିରୋଧୀ କଂଗ୍ରେସ ମାତ୍ର ୪୪ଟି ଆସନରେ ଆଣ୍ଠେଇ ପଡ଼ିଥିବା ବେଳେ ୟୁପିଏ ୫୯ରେ ଅଟକି ଯାଇଥିଲା। ଯାହାକି ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ କଂଗ୍ରେସ ଆବଶ୍ୟକ ସଂଖ୍ୟାରୁ କମ ଆସନ ପାଇଥିଲା।
 
ଗତଥର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ୮୦ଟି ଲୋକସଭା ଆସନରୁ ବିଜେପି ଏକାକୀ ୭୧ ଓ ଆପନା ଦଳ ସହ ମିଶି ୭୩ଟି ଆସନ ହାତେଇଥିଲା। ଗୁଜରାଟରେ ୨୬, ରାଜସ୍ଥାନରେ ୨୫ ଓ ଛତିଶଗଡରେ ୧୧ଟି ଲୋକସଭା ଆସନ ବିଜେପି ହାତେଇବାରେ ସକ୍ଷମ ହୋଇ ରେକର୍ଡ କରିଥିଲା। ସେହିପରି ମଧ୍ୟପ୍ରଦେଶରେ ୨୯ଟି ଆସନରୁ୨୭ଟି ଆସନ ହାତେଇଥିଲା ବିଜେପି।  ସେତେବେଳେ ଉତ୍ତର ପ୍ରଦେଶକୁ ଛାଡ଼ିଦେଲେ ଆଉ ୪ଟି ରାଜ୍ୟରେ ବିଜେପି ସରକାର ଥିଲା। ଏବେ କିନ୍ତୁ ବିଜେପିକୁ ସେହି ସବୁ ରାଜ୍ୟରେ ଆସନ ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ତେଣୁ  ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ନଜର ରଖିଛି ବିଜେପି।

 

ତେବେ ୧୬ ମେ ୨୦୧୪ ବିଜେପିର ଦିନ ଥିଲା। ଚଳିତ ଥର ୨୩ ମେ କାହାର ହେଉଛି ଦେଖିବାକୁ ବାକି ରହିଲା।



from Odisha Reporter http://bit.ly/2JIerap

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages