
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଫୋନିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ଦେଶର ବହୁମୁଖୀ କମ୍ପାନୀ ଆଦାନୀ ଗ୍ରୁପ୍ ମୁଖ୍ଯମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ଆଦାନୀ ପୋର୍ଟ ଆଣ୍ଡ୍ ସ୍ପେସିଆଲ୍ ଇକୋନୋମିକ୍ ଜୋନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କରନ ଆଦାନୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୨୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।
ଏହି ଅବସରରେ କରନ କହିଛନ୍ତି, ଆମେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସୁଖ ଦୁଃଖରେ ସବୁ ସମୟରେ ରହିଛୁ ଏବଂ ଆଗକୁ ମଧ୍ୟ ଏହି ଧାରା ବଜାୟ ରଖିବୁ। ବର୍ତ୍ତମାନ ସମୟରେ ଘଟିଯାଇଥିବା ବିପର୍ଯ୍ୟୟର ତ୍ୱରିତ ମୁକାବିଲା ପାଇଁ କମ୍ପାନୀ ୨୫ କୋଟି ଟଙ୍କା ସହାୟତା ପ୍ରଦାନ କରୁଛି। ଆଗାମୀ ସମୟେର ମଧ୍ୟ ଆବଶ୍ୟକ ଅନୁସାରେ ସହଯୋଗ କରିବ।
ଆସନ୍ନ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ମାତ୍ରେ ହିଁ କମ୍ପାନୀ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଏହାର ଆଦାନୀ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରିନିଆଯାଇଥିଲା ବୋଲି ସେ କହିଛନ୍ତି। କମ୍ପାନୀର ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।
from Odisha Reporter http://bit.ly/2V7L97l
No comments:
Post a Comment