୫୧୦ ଦିନ ଜେଲରେ ରହିବା ପରେ ମୁକୁଳିଲେ ଦୁଇ ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

୫୧୦ ଦିନ ଜେଲରେ ରହିବା ପରେ ମୁକୁଳିଲେ ଦୁଇ ସାମ୍ବାଦିକ

ମିଆଁମାରା: ଅଫିସିଆଲ ଗୋପନୀୟତା ଆଇନକୁ ଉଲ୍ଲଂଘନ କରି ଜେଲ ଯାଇଥିବା ଦୁଇ ରଏଟର ସାମ୍ୱାଦିକ ମୁକୁଳିଛନ୍ତି। ୭ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଭୋଗିଥିବା ଏହି ଦୁଇ ସାମ୍ବାଦିକ ୫୧୦ ଦିନ ଜେଲରେ ରହିବା ପରେ ଆଜି ମୁକୁଳୁଛନ୍ତି।

ମିଆଁମାରା ରାଷ୍ଟ୍ରପତି ଓ୍ୱିନ୍ ମ୍ୟିଣ୍ଟ କ୍ଷମା ଦେବା ପରେ ରଏଟରର ଦୁଇ ସାମ୍ବାଦିକ ଜେଲରୁ ମୁକୁଳୁଛନ୍ତି। ଓ୍ୱା ଲୋନ ଏବଂ କ୍ୟାଓ ଶୋ ଓ ଗତବର୍ଷ ସେପ୍ଟେମ୍ବର ମାସରେ ୭ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ପାଇଥିଲେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଅଲ ଜାଜିରା ପ୍ରକାଶ କରିଛି।

ଓ୍ୱା ଲୋନ ପ୍ରତିକ୍ରିୟାରେ କହିଛନ୍ତି ‘ମୁଁ ଜଣେ ସାମ୍ବାଦିକ ଏବଂ ମୁଁ ମୋ କାର୍ଯ୍ୟଧାରାକୁ ଆଗକୁ ଜାରି ରଖିବି। ମୁଁ ନ୍ୟୁଜ୍ ରୁମକୁ ଯିବାକୁ ଆଉ ଅପେକ୍ଷା କରି ପାରିବିନି’।

ସୂଚନାଯୋଗ୍ୟ ଯେ ଏପ୍ରିଲ ୧୭ ତାରିଖରେ ମିଆଁମାରା ନିଜସ୍ୱ ନୂଆବର୍ଷ ପାଳନ କରିଥାଏ। ପ୍ରତିବର୍ଷ ଏହି ଅବସରରେ ଜେଲରେ ବନ୍ଦୀ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ କ୍ଷମା ଦିଆଯାଇ ମୁକ୍ତ କରାଯାଇଥାଏ। ଚଳିତଥର ୬ ହଜାର ୨୫୦ ବ୍ୟକ୍ତିଙ୍କୁ କ୍ଷମା ଦିଆଯାଇଛି ମିଆଁମାର ରାଷ୍ଟ୍ରପତିଙ୍କ ଦ୍ୱାରା।

ମିଆଁମାରରେ ରଖିନେ ରାଜ୍ୟରେ ରୋହିଙ୍ଗ୍ୟା ପ୍ରସଙ୍ଗରେ ଅନୁସନ୍ଧାନ ନ୍ୟୁଜ କରୁଥିବା ବେଳେ ମିଆଁମାର ସରକାର ରଏଟରର ଦୁଇ ସାମ୍ବାଦିକ ଓ୍ୱା ଲୋନ ଏବଂ କ୍ୟାଓ ଶୋ ଓଙ୍କୁ ଡିସେମ୍ୱର ୨୦୧୭ରେ ଅଟକ ରଖିଥିଲେ।



from Odisha Reporter http://bit.ly/2Lttrf3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages