ନୂଆଦିଲ୍ଲୀ:୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ବହୁମତ ପାଇଁ ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ବାଦ ପଡ଼ିବ !
ଅରୁଣ ଜେଟ୍ଲୀ ଗତଥର ନରେନ୍ଦ୍ର ମୋଦି ସରକାରରେ ଅର୍ଥ ମନ୍ତ୍ରୀ ଥିଲେ। ହେଲେ ସେ ଏଥର କ୍ୟାବିନେଟରେ ରହିବାକୁ ଚାହୁଁ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଦେହ ଅସୁସ୍ଥତା କାରଣରୁ ତାଙ୍କୁ ସେ କ୍ୟାବିନେଟ ଦାୟିତ୍ୱ ତୁଲାଇ ପାରିବେ ନାହିଁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏହି ଚିଠିକୁ ସେ ଟ୍ୱିଟରେ ସେୟାର ମଧ୍ୟ କରିଛନ୍ତି।
ଅର୍ଥମନ୍ତ୍ରୀଙ୍କ ଅଫିସିଆଲ ପ୍ୟାଡ୍ରେ ଜେଟ୍ଲି ଲେଖିଛନ୍ତି ଯେ, ତାଙ୍କୁ କ୍ୟାବିନେଟ୍ରେ ସାମିଲ କରିବା ନେଇ ଚିନ୍ତା କରା ନ ଯାଉ। ଚିଠିରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିଜର କୃତଜ୍ଞତା ପ୍ରକାଶ କରି କହିଛନ୍ତି, ତାଙ୍କ ନେତୃତ୍ୱରେ ଦେଶ ବିକାଶ ଆଡକୁ ଅଗ୍ରସର ହୋଇଛି। ଦଳରେ ମୋତେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। କ୍ଷମତାରେ ଥିବାବେଳେ ମନ୍ତ୍ରୀପଦ ମିଳିଥିଲା। ବିରୋଧୀ ଦଳରେ ଥିବାବେଳେ ବେଳେ ମଧ୍ୟ ଗୁରୁ ଦାୟିତ୍ୱ ଦିଆଯାଇଥିଲା। ଏହାଠାରୁ ଅଧିକ ମୁଁ କିଛି ବି ଆଶା କରୁ ନ ଥିଲି।
from Odisha Reporter http://bit.ly/2JKOmIO
No comments:
Post a Comment