ମହିନ୍ଦ୍ରା ତିଆରି କଲା ଡ୍ରୋନେବ୍ରେଲା, ଯାହା ଆପେ ଆପେ ଉଡ଼ିବ ମୁଣ୍ଡ ଉପରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ମହିନ୍ଦ୍ରା ତିଆରି କଲା ଡ୍ରୋନେବ୍ରେଲା, ଯାହା ଆପେ ଆପେ ଉଡ଼ିବ ମୁଣ୍ଡ ଉପରେ

ନୂଆଦିଲ୍ଲୀ: ଖରାଦିନ ହେଉ ବା ବର୍ଷାଦିନ ଆପଣ ବାହାରକୁ ଗଲେ ଛତା ନେଇ ଯାଉଥିବେ ନିଶ୍ଚୟ। ଆଉ ଅନେକ ସମୟରେ ଏହି ଛତା ଆପଣଙ୍କୁ ବିରକ୍ତ କରୁଥିବ। କାରଣ ଗୋଟିଏ ହାତରେ ଛତା ଧରି ଅନ୍ୟ ହାତରେ ଜିନିଷ ଧରିବା ଭାରି ବିରକ୍ତିକର ହୋଇଥାଏ।

ଏବେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇଯାଇଛନ୍ତି ବୋଲି ଭାବି ନିଅନ୍ତୁ। ମାନେ ଛତା ଆପଣଙ୍କ ମୁଣ୍ଡ ଉପରେ ରହି ତା କାମ କରିବ। କିନ୍ତୁ ତାକୁ ଆପଣଙ୍କୁ ଧରିବାକୁ ପଡ଼ିବ ନାହିଁ। ଆପଣ  ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇପାରିବେ। ଦୁଇ ହାତରେ ଆପଣ ସାଇକେଲ୍‌ ଚଲାଇପାରିବେ ଆଉ ସେଲ୍‌ଫି ମଧ୍ୟ ନେଇ ପାରିବେ।

ନିକଟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନିର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ଶେଆର୍‌ କରିଛନ୍ତି। ଯେଉଥିରେ ତାଙ୍କ କମ୍ପାନି ତିଆରି କରିଥିବା ଏକ ଛତା ଦେଖାଯାଉଛି। ଯାହାକୁ ଜଣେ ବ୍ୟକ୍ତି ବର୍ଷାରେ ବ୍ୟବହାର କରୁଛନ୍ତି। କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ଛତା ଧରି ନାହାନ୍ତି। ଆପେ ଆପେ ଛତାଟି ତାଙ୍କ ମୁଣ୍ଡ ଉପରେ ରହି ତାଙ୍କୁ ବର୍ଷାରୁ ରକ୍ଷା କରୁଛି। ଏହି ଛତାକୁ ଡ୍ରୋନେବ୍ରେଲା ନାମ ଦିଆଯାଇଛି।

ସେ ଏହି ଭିଡିଓ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଏବେ ଆମର ଫୋକସ୍‌ ଅଟୋମେଟିକ୍‌ ଗାଡ଼ି ତିଆରି କରିବା ଉପରେ ରହିଛି। କିଛି ଦିନ ପରେ ମୌସୁମୀ ମଧ୍ୟ ଆସିବାକୁ ଯାଉଛି। ଆଉ ଆପେ ଆପେ ଚାଲୁଥିବା ଛତା ପାଇଁ ମୁଁ ବହୁତ ଏକ୍‌ସାଇଟେଡ୍‌ ଅଛି’।

ପ୍ରଥମେ ଜାପାନରେ ଏହି ଟେକ୍‌ନିକ୍‌ ୨୦୧୮ରେ ବିକଶିତ ହୋଇଥିଲା। କିନ୍ତୁ ଏହା ଆମ ଦେଶରେ କେତେ ସଫଳ ହେବ, ତାହା ଲୋକମାନେ ହିଁ କହି ପାରବେ।



from Odisha Reporter http://bit.ly/2JJb9of

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages