ମଧୁମେହ ରୋଗୀଙ୍କ ଲାଗି ଘାତକ ହୋଇପାରେ ଏହି ଖାଦ୍ୟ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

 ମଧୁମେହ ରୋଗୀଙ୍କ ଲାଗି ଘାତକ ହୋଇପାରେ ଏହି ଖାଦ୍ୟ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତକୁ କୁହାଯାଉଛି ‘କ୍ୟାପିଟାଲ ଅଫ୍‌ ଡାଇବେଟିସ’। ଆଜିକାଲି ଘରେ ଘରେ ଡାଇବେଟିସ ରୋଗୀ ମିଳିଯିବେ। ଖାଦ୍ୟପେୟରେ ଅନିୟମିତତା ବଂଶଗତ କ୍ରମରେ ମଧ୍ୟ ଏହା ପୀଢ଼ିରୁ ପୀଢ଼ି ବଢ଼ିଚାଲିଛି।

ଏହି ରୋଗୀଙ୍କୁ ସବୁବେଳେ ରକ୍ତ ସର୍କରା ଲେଭଲକୁ ନିୟନ୍ତ୍ରଣରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଯଦି ଏହା ନିୟନ୍ତ୍ରଣରେ ନ ରୁହେ, ତେବେ ହାର୍ଟ, କିଡନୀ, ଆଖି ସମ୍ବନ୍ଧିତ ରୋଗ ଦେଖାଯାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବାକୁ ସବୁବେଳେ ଚେଷ୍ଟିତ ହେବା ଆବଶ୍ୟକ। ଏଥିଲାଗି ଖାଦ୍ୟପେୟର ସବୁବେଳେ ଯତ୍ନ ନେବା ଆବଶ୍ୟକ।

କେତେ ରହିବା ଦରକାର ସୁଗାର ଲେଭଲ

ବ୍ଲଡ୍‌ ସୁଗାର ଚେକଅପ୍‌ ସବୁବେଳେ ଖାଲି ପେଟରେ କରିବା ଆବଶ୍ୟକ। ଖାଲି ପେଟରେ ସୁଗାର ଲେଭଲ ମାତ୍ରା ୭୦ରୁ ୧୧୦ ଏମ୍‌ଜି/ ଡିଏଲ୍‌ ମଧ୍ୟରେ ରହିବା ଆବଶ୍ୟକ। ଖାଦ୍ୟ ଖାଇବା ପରେ ସୁଗାର ମାତ୍ରା  ୧୩୦ ଏମ୍‌ଜି/ ଡିଏଲ୍‌ ମଧ୍ୟରେ ରହିବା ଆବଶ୍ୟକ।

ଫ୍ଲେବର୍ଡ ଦହିରୁ ଦୂରେଇ ରୁହନ୍ତୁ

ଫଳ ପ୍ରାକୃତିକ ଉପାୟରେ ମିଠା ହୋଇଥାଏ। କିନ୍ତୁ ଏହା ଶୁଖିଯିବା ପରେ ଏଥିରେ କାର୍ବୋହାଇଡ୍ରେଡର ମାତ୍ର ବଢ଼ିଯାଇଥାଏ। ଏହାକୁ ଖାଇବା ଦ୍ୱାରା ସୁଗାର ଲେଭଲ ବଢ଼ି ଯାଇଥାଏ ଓ ବିଭିନ୍ନ  ପ୍ରକାର ଶାରୀରିକ ସମସ୍ୟା ଦେଖାଦିଏ।

ଏହାବ୍ୟତୀତ ଫ୍ଲେବର୍ଡ ଦହିର ସେବନ କରିବା ଦ୍ୱାରା ମଧ୍ୟ ସୁଗାର ଲେବଲ ବଢ଼ି ଯାଇଥାଏ। ସାଧା ଦହିରେ ପ୍ରୋବାୟୋଟିକ୍ସ ଥାଏ। କିନ୍ତୁ ଫ୍ଲେବର୍ଡ ଦହିରେ ଏହା ନ ଥାଏ। ଫଳରେ ସୁଗାର ଲେଭଲ ବଢ଼ି ଯାଇଥାଏ।

ଫ୍ୟାଟ୍‌ ମିଟ୍‌

ମାଂସରେ ଅଧିକ ଫ୍ୟାଟ୍‌ ଥିବାରୁ ଡାଇବେଟିସ ରୋଗୀଙ୍କ ଲାଗି ଏହା ବିପଦକୁ ଡାକିଆଣେ। ଏହାଦ୍ୱାରା ସୁଗାର ଲେଭଲ ସହ କୋଲେଷ୍ଟରଲ ବି ବଢ଼ି ଯାଇଥାଏ। ଯାହାକି ଘାତକ ସାବ୍ୟସ୍ତ ହୋଇପାରେ।

ହ୍ୱାଇଟ୍‌ ପାସ୍ତା

ଏହାର ସେବନ ଦ୍ୱାରା ସୁଗାର ଲେଭଲ ବଢ଼ିଯାଇଥାଏ। ଏଥିରେ କାର୍ବୋହାଇଡ୍ରେଡ୍‌ ଥାଏ। ଯାହାକି ମଧୁମେହ ରୋଗୀଙ୍କ ଲାଗି ଭଲ ନୁହେଁ। ଏହାବ୍ୟତୀତ ଚିପ୍ସ, କୁକିଜ୍‌, ପିନଟ ବଟର ପରି ପ୍ୟାକ୍‌ଡ ଫୁଡ ସେବନରୁ ନିଜକୁ ଦୂରେଇ ରଖନ୍ତୁ।



from Odisha Reporter http://bit.ly/2Wo7fa5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages