
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢ଼ି ଚାଲିଛି। ଗତକାଲି ୪୬ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ରେ ରେକର୍ଡ କରିଛି ପାରଦ। ତା’ସହ ରାଜ୍ୟର ୯ଟି ସହରରେ ପାରଦ ୪୪ ଡିଗ୍ରୀ ପାର୍ କରିଛି।
ରାଜ୍ୟରେ ଏଭଳି ସ୍ଥିତି ଆହୁରି ୪ ଦିନ ଯାଏ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବ ସ୍ଥିତିକୁ ନଜରରେ ରଖି ଓଡ଼ିଶାର ୯ଟି ଜିଲ୍ଲାରେ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା,ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା।
from Odisha Reporter http://bit.ly/2JEI511
No comments:
Post a Comment