
ନୂଆଦିଲ୍ଲୀ: ଓଡ଼ିଶା ଉପରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଫୋନିର ବିପଦ ଘାରିଥିବା ବେଳେ ଏବେ ଭୟଙ୍କର ଘୂର୍ଣ୍ଣିବାତ୍ୟା ବା ଟର୍ଣ୍ଣାଡୋର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ରୋମାନିଆର କାଲାରସିଠାରେ ଘୂର୍ଣ୍ଣିବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ମଙ୍ଗଳବାର ଏହି ଘୂର୍ଣ୍ଣିବାତ୍ୟା ରୋମାନିଆରେ ସାଧାରଣ ଜୀବନକୁ ପ୍ରଭାବିତ କରିଛି। ଏହାର ପ୍ରଭାବରେ ୭ ଜଣ ଆହତ ହୋଇଥିବା ବେଳେ ଏକାଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧୦ଟି ଘର ଭାଙ୍ଗି ଯାଇଛି।
ଘୂର୍ଣ୍ଣିବାତ୍ୟାର ମଝିରେ ଏକ ଯାତ୍ରୀବାହୀ ବସ୍ ଫସି ଯାଇଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ବସ୍ଟିକୁ ୧୦ ମିଟିର ଦୂରରେ ଥିବା ଏକ ପଡ଼ିଆ ମଧ୍ୟକୁ ଠେଲି ଦେଇଥିଲା। ଫଳରେ ବସ୍ଟି ଓଲଟି ପଡ଼ିବା ସହ ଏହା ମଧ୍ୟରେ ଥିବା ଲୋକମାନେ ଆହତ ହୋଇଛନ୍ତି।
ଘୂର୍ଣ୍ଣିବାତ୍ୟା ଯୋଗୁ ସ୍ଥଳ ଭାଗରେ ଥିବା ଅଳିଆ ଆବର୍ଜନା ଏକ ଗୋଲାକାର ଆକୃତିରେ ବେଶ କିଛି ବାଟ ଉଡ଼ୁଥିବା ଦେଖିବାକୁ ମିଳିଛି।
ଦେଖନ୍ତୁ ଭିଡିଓ
AUTOSTRADA SOARELUI – DRAJNA / 30 APRILIE 2019
Meteoplus यांनी वर पोस्ट केले मंगळवार, ३० एप्रिल, २०१९
from Odisha Reporter http://bit.ly/2IRXM4B
No comments:
Post a Comment