୧୬ତମ ବୋଲର ଭାବେ ହ୍ୟାଟ୍ରିକ୍ ନେଲେ ଗୋପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

୧୬ତମ ବୋଲର ଭାବେ ହ୍ୟାଟ୍ରିକ୍ ନେଲେ ଗୋପାଳ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଲେଗ୍ ସ୍ପିନର ଶ୍ରେୟସ ଗୋପଳ ମଙ୍ଗଳବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ଏଥିସହ ସେ ଆଇପିଏଲ୍ ଇତିହାସରେ ହ୍ୟାଟ୍ରିକ୍ ବୋଲରଙ୍କ ତାଲିକାରେ ନିଜକୁ ସାମିଲ୍ କରିଛନ୍ତି।

ଗୋପାଳ ଆଇପିଏଲରେ ହ୍ୟାଟ୍ରିକ୍ ନେବାରେ ଦଶମ ଭାରତୀୟ ଏବଂ ୧୬ତମ ବୋଲର ବୋଲର ହୋଇଛନ୍ତି। ଚଳିତ ଆଇପିଏଲରେ ଏହା ଦ୍ୱିତୀୟ ହ୍ୟାଟ୍ରିକ୍। ଏହା ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ସାମ୍ କରାନ୍ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ।

ଆଇପିଏଲରେ ବୋଲରମାନେ ଏପର୍ଯ୍ୟନ୍ତ ମୋଟ ୧୯ଥର ହ୍ୟାଟ୍ରିକ୍ ୱିକେଟ୍ ନେଇଛନ୍ତି, ଯେଉଁଥିରେ ସର୍ବାଧିକ ହ୍ୟାଟ୍ରିକ୍ ସଫଳତାର ରେକର୍ଡ ଭାରତୀୟ ଲେଗ୍ ସ୍ପିନର ଅମିତ୍ ମିଶ୍ରଙ୍କ ନାମରେ ରହିଛି। ମିଶ୍ର ଆଇପିଏଲରେ ତିନିଥର ହ୍ୟାଟ୍ରିକ୍ ନେଇଛନ୍ତି।

ସେହିପରି ଯୁବରାଜ ସିଂହ ଦୁଇଥର ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଗୋପାଳ ନିଜ ଓଭରର ପ୍ରଥମ ତିନି ବଲରେ ୧୨ ରନ୍ ବ୍ୟୟ କରିଥିଲେ। କିନ୍ତୁ ପରବର୍ତ୍ତୀ ତିନୋଟି ବଲରେ ସେ ଯଥାକ୍ରମେ ବିରାଟ୍ କୋହଲି, ଏବି ଡି’ଭିଲିୟର୍ସ ଓ ମାର୍କସ୍ ଷ୍ଟୋଇନିସଙ୍କୁ ପ୍ୟାଭିଲିୟନ୍ ପଠାଇ ହ୍ୟାଟ୍ରିକ୍ ପୂରଣ କରିଥିଲେ।



from Odisha Reporter http://bit.ly/2GTngfI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages