କିଏ ହେବେ ବିଜେଡିର ଉତ୍ତରାଧିକାରୀ: ନବୀନ ଦେଲେ ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

କିଏ ହେବେ ବିଜେଡିର ଉତ୍ତରାଧିକାରୀ: ନବୀନ ଦେଲେ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଲଗାତାର ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ଏନେଇ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଟିତ ହେବ। ତେବେ ବିଗତ ୧୯ ବର୍ଷ ଧରି ବିଜେଡିର ମଙ୍ଗ ଧରି ଆସିଥିବା ନବୀନଙ୍କ ପରେ ଦଳରେ କିଏ ହେବେ ଉତ୍ତରାଧିକାରୀ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।
କୁହାଯାଉଥିଲା ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ତଥା ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ପାଇଁ ଏହି ପଦ ଲାଗି ମାର୍ଗ ପ୍ରସ୍ତୁତି ଚାଲିଛି। ହେଲେ କ୍ରମାଗତ ପଞ୍ଚମଥର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତ୍ତର ରଖିଛନ୍ତି। INDIA TODAYକୁ ସାକ୍ଷାତକାର ଦେଇ ନବୀନ ଏ ବିଷୟରେ କହିଛନ୍ତି।

ନବୀନ କହିଛନ୍ତି ଯେ, ମୁଁ ମୋର ଉତ୍ତରାଧିକାରୀ ବାଛିନି, ଲୋକେ ବାଛିବେ। ଉତ୍ତରାଧିକାରୀ ବିଜେଡିରୁ ହିଁ ହେବେ ବୋଲି ନବୀନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେଡିର ଭୋଟ୍ ହାର ୨ ପ୍ରତିଶତ ବଢିଛି। ଜନକଲ୍ୟାଣକାରୀ ଯୋଜନା ବିଜେଡିର ବିଜୟକୁ ସୁଗମ କରିଛି।
କଂଗ୍ରେସର ବିପର୍ଯ୍ୟୟ ବିଜେପିକୁ ସହାୟକ ହେଲା। କଂଗ୍ରେସ ଅପେକ୍ଷା ବିଜେପି ସହ ଲଢ଼ିବା ଅଧିକ କଷ୍ଟକର ଥିଲା। ସେହିପରି ବିଜେଡି ଷଷ୍ଠ ଥର ପାଇଁ କ୍ଷମତାକୁ ଆସିବା ନେଇ ନବୀନ ଆଶାବାଦୀ ଅଛନ୍ତି।



from Odisha Reporter http://bit.ly/2VRt8dN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages