ଅରୁଣାଚଳରେ ପୁଣି ପେମା ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଅରୁଣାଚଳରେ ପୁଣି ପେମା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ପୁଣିଥରେ ବିଜେପିର ପେମା ଖାଣ୍ଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ରାଜ୍ୟର ୬୦ଟି ଆସନରୁ ବିଜେପି ଏକାକୀ ୪୧ଟି ଆସନ ଜିତିଥିଲା। ଫଳରେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ଆଜି ବିଜେପିର ବିଧାୟକ ଦଳ ବୈଠକ ହୋଇଥିଲା।

ଏଥିରେ ପେମା ଖାଣ୍ଡୁ ନେତା ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୯ ତାରିଖରେ ସେ ଦ୍ୱିତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ଜୁନ୍‌ ୧ରେ ଶେଷ ହେବ। କିନ୍ତୁ ଏହା ପୂର୍ବରୁ ଗତକାଲି ପେମା ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବା ସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ।

ଅରୁଣାଚଳର ୬୦ ବିଧାନସଭା ଆସନରୁ ବିଜେପି ୪୧ଟି ଆସନ ଜିତିଥିବା ବେଳେ ଜେଡିୟୁ ୭ଟି ଆସନ ଦଖଲ କରିଥିଲା। ସେହିପରି କଂଗ୍ରେସ ୪, ସ୍ୱାଧୀନ ପ୍ରାର୍ଥୀ ୨, ଏନ୍‌ପିପି ୫ ଓ ପିପିପିଏ ଗୋଟିଏ ଆସନ ଜିତିଛି।



from Odisha Reporter http://bit.ly/30Oo2CA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages