
ଅବୁଧାବି: ନୂଆଦିଲ୍ଲୀରୁ ମିଲାନ୍ ଯାଉଥିବା ଏକ ବିମାନ ମଝି ଆକଶରେ ଥିବା ବେଳେ ଅଘଟଣ ଘଟିଛି। ଏହି ବିମାନ ମଧ୍ୟରେ ଥିବା ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିବାରୁ ବିମାନଟି ୟୁଏଇରେ ଜରୁରୀ ଅବତରଣ କରିଛି।
ମୃତ ଭାରତୀୟ ବ୍ୟକ୍ତିଙ୍କ ନାଁ କୈଳାସ ଚନ୍ଦ୍ର ସାଇନି। ସେ ରାଜସ୍ଥାନର ଅଧିବାସୀ ହୋଇଥିବା ବେଳେ ସେ ନିଜର ୨୬ ବର୍ଷୀୟ ପୁଅ ହୀରା ଲାଲଙ୍କ ସହ ମିଲାନ୍ ଯାଉଥିଲେ। ବିମାନଟି ଅବୁଧାବି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜୁରୀର ଅବତରଣ କରିବା ପରେ କୈଳାସଙ୍କ ମୃତଦେହକୁ ମଫରକ୍ ହସ୍ପିଟାଲ୍କୁ ନିଆଯାଇଥିଲା। ଏହାପରେ ସେଠାରେ ସମସ୍ତ କାଗଜପତ୍ର କାମ ଶେଷ ହୋଇଥିଲା। ଆଜି ହିଁ କୈଳାସଙ୍କ ମୃତ୍ୟୁ ପ୍ରମାଣ ପତ୍ର ୟୁଏଇ ପ୍ରଶାସନ ଦେଇଥିଲେ। ଶେଷରେ ଇଥହାଡ଼ ବିମାନରେ କୈଳାସଙ୍କ ମୃତଦେହ ଧରି ପୁଅ ହୀରା ଲାଲ ଭାରତ ଫେରିଥିଲେ।
from Odisha Reporter http://bit.ly/2w1nong
No comments:
Post a Comment