
ବାରିପଦା (ମାଣିକଲାଲ୍ ପାଣି): ବାତ୍ୟା ପରେ ଏବେ କାଳବୈଶାଖି ଦାଉ। ‘ଫୋନି’ର ଭୟାବହତା ମନରୁ ଲିଭି ନଥିବା ବେଳେ ଏବେ କାଳବୈଶାଖୀର ତାଣ୍ଡବ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ କାଳବୈଶାଖୀ ହୋଇଥିଲା। ଫଳରେ ପୁରୁଣାବାରିପଦା, ଚତୁରୀ, ରାଇପଦା, ସାଇଁକୁଳା, କୁଶଳଦା ଆଦି ଅଂଚଳରେ ପ୍ରବଳ ଝଡତୋଫାନ ଓ ବର୍ଷା ହୋଇଥିଲା। ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲା। ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଲୋକଙ୍କ ଧାନ ଫସଲ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ଜମିରୁ ଖରାଟିଆ ଧାନ ଅମଳ କରି ଖଳାରେ ରଖିଥିବା ବେଳେ ତାହା ମଧ୍ୟ ନଷ୍ଟ ହୋଇଛି। କାଳବୈଶାଖୀ ପରେ ଗୋଟିଏ ଦୁଇଟି ସ୍ଥାନକୁ ଛାଡି ଦେଲେ ଅନ୍ୟ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ଏବେ ସୁଦ୍ଧା ପ୍ରଶାସନିକ ଅଧିକାରୀ ପହଂଚି ନଥିବା ଅଭିଯୋଗ ହୋଇଛି।
from Odisha Reporter http://bit.ly/2Q3JY85
No comments:
Post a Comment