
ନୂଆଦିଲ୍ଲୀ: ନେପାଳର କାଞ୍ଚନଜଙ୍ଗା ପର୍ବତ ଚଢୁଥିବା ଭାରତର ଦୁଇ ପର୍ବତାରୋହୀ ମୃତ୍ୟୁବରଣ କରିଛନ୍ତି। ସେମାନେ ହେଲେ ୪୮ ବର୍ଷୀୟ ବିପ୍ଳବ ବୈଦ୍ୟ ଓ ୪୬ ବର୍ଷୀୟ କୁନ୍ତଲ କରାର୍।
ପଶ୍ଚିମବଙ୍ଗରୁ ପାଞ୍ଚଜଣିଆ ଟିମ୍ ସହ ଏହି ଦୁଇ ପର୍ବତାରୋହୀ ନେପାଳ-ଭାରତ ବର୍ଡରସ୍ଥିତ କାଞ୍ଚନଜଙ୍ଗା ପର୍ବତ ଅଭିମୁଖେ ବାହାରିଥିଲେ, ଯାହାର ଉଚ୍ଚତା ହେଉଛି ୮୫୮୬ ମିଟର୍ (୨୮,୧୬୯ ଫିଟ୍)। ଦୁହିଁଙ୍କ ମୃତ୍ୟୁର କାରଣ ହାଇପୋଥର୍ମିଆ ଓ ସ୍ନୋବ୍ଲାଇଣ୍ଡନେସ ବୋଲି କୁହାଯାଉଛି।
ଦୁହିଁଙ୍କ ମଧ୍ୟରୁ ବିପ୍ଳବ ସଫଳତାପୂର୍ବକ ପର୍ବତ ଚଢ଼ିସାରିଥିବା ବେଳେ କୁନ୍ତଲ ଅଧାବାଟରେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ତଳକୁ ଓହ୍ଲାଉଥିବା ସମୟରେ ଦୁହିଁଙ୍କର ମୃତ୍ୟୁବରଣ ହୋଇଥିଲା। ସାଥି ପର୍ବତାରୋହୀଙ୍କ କହିବା ଅନୁଯାୟୀ, ଦୁହିଁଙ୍କୁ ୮୪୦୦ ମିଟର ଉଚ୍ଚରୁ ତଳ କ୍ୟାମ୍ପକୁ ଅଣାଯାଇଥିଲା, ଯେଉଁଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା।
from Odisha Reporter http://bit.ly/2JI6tyc
No comments:
Post a Comment