ଲଣ୍ଡନ: ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ଉଦଘାଟନୀ ମ୍ୟାଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୂଳ ରୂପେ ଆୟର୍ଲ୍ୟାଣ୍ଡ ବାସିନ୍ଦା ମୋର୍ଗାନ୍ ଇଂଲଣ୍ଡ ପକ୍ଷରୁ ୨୦୦ ଅନ୍ତର୍ଜାତୀୟ ଦିନିକିଆ ଖେଳିବାରେ ପ୍ରଥମ ଖେଳାଳି ହୋଇଛନ୍ତି।
ମୋର୍ଗାନଙ୍କ ପୂର୍ବରୁ ହିଁ ପଲ୍ କଲିଙ୍ଗଉଡଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ, ଯିଏ ୧୯୭ ମ୍ୟାଚରେ ଇଂଲଣ୍ଡ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ମୋର୍ଗାନ୍ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ଏହି ରେକର୍ଡ ଭାଙ୍ଗିଥିଲେ। ମୋର୍ଗାନଙ୍କ କ୍ୟାରିୟରର ଏହା ୨୨୩ତମ ଅନ୍ତର୍ଜାତୀୟ ମ୍ୟାଚ୍। ଏଥିରୁ ସେ ଆୟର୍ଲ୍ୟାଣ୍ଡ୍ ପକ୍ଷରୁ ୨୩ ମ୍ୟାଚ୍ ଖେଳି ୭୪୪ ରନ୍ କରିଛନ୍ତି।
ତେବେ ସେ ନିଜ କ୍ୟାରିୟରରେ ମୋଟ ୭ହଜାର ରନ୍ ପୂରଣ କରିସାରିଛନ୍ତି । ମୋର୍ଗାନ୍ ଇଂଲଣ୍ଡ ପକ୍ଷରୁ ୨୦୦୯ରେ ଦିନିକିଆ ଡେବ୍ୟୁ କରିଥିଲେ। ମୋର୍ଗାନ୍ ନିଜର ୨୦୦ତମ ଦିନିକିଆରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୬୦ ବଲରେ ୪ ଚୌକା ଓ ୩ ଛକା ସହ ୫୭ ରନ୍ କରିଛନ୍ତି।
ସେ ଇଂଲଣ୍ଡ ପକ୍ଷରୁ ଏପର୍ଯ୍ୟନ୍ତ ୨୦୦ ମ୍ୟାଚରେ ୬୨୯୦ ରନ୍ କରିଛନ୍ତି। କଲିଙ୍ଗଉଡ୍ ୧୯୭ ମ୍ୟାଚ୍ ଖେଳି ୫୦୯୨ ରନ୍ କରିଛନ୍ତି। ଏହା ପରେ ଜେମ୍ସ ଆଣ୍ଡରସନ୍ ୧୯୪ ମ୍ୟାଚ୍ ଖେଳି ତୃତୀୟ ସ୍ଥାନରେ ଅଛନ୍ତି। ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଆଲେକ୍ସ ଷ୍ଟିୱାର୍ଟ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିବାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୧୭୦ ମ୍ୟାଚ୍ ଖେଳି ୪୬୭୭ ରନ୍ କରିଛନ୍ତି।
from Odisha Reporter http://bit.ly/2WkDXKE
No comments:
Post a Comment