ବର୍ଷା ପୂର୍ବରୁ ପାଟକୁରା ନିର୍ବାଚନ ପାଇଁ ବିଜେପିର ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ବର୍ଷା ପୂର୍ବରୁ ପାଟକୁରା ନିର୍ବାଚନ ପାଇଁ ବିଜେପିର ଦାବି

sambit

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଓଡ଼ିଶାରେ ତାଣ୍ଡବ ରଚି ଯିବା ପରେ ପାଟକୁରା ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି ନିର୍ବାଚନ କମିଶନ୍‌। ତେବେ ବର୍ଷା ଆସିବା ପୂର୍ବରୁ ପାଟକୁରା ନିର୍ବାଚନ ସାରିବାକୁ ଦାବି କରିଛି ବିଜେପି।

ଏନେଇ ଆଜି ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଏଥିରେ ଦଳର ରାଷ୍ଟ୍ରୀୟ ଉପ-ସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ଥିଲେ। ସେମାନେ ପାଟକୁରା ନିର୍ବାଚନ ନେଇ ଦଳର ଦାବି ସଂପର୍କରେ କମିଶନଙ୍କୁ ଜଣାଇବା ସହିତ କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳଙ୍କ ବିଷୟରେ ମଧ୍ୟ ଅବଗତ କରାଇଥିଲେ।

ନିର୍ବାଚନ କମିଶନ୍‌ଙ୍କୁ ଭେଟିବା ପରେ ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି-“୨ ମାସ ବେଳକୁ ବର୍ଷା ଆସି ସାରିଥିବ। ତା’ ପୂର୍ବରୁ ପାଟକୁରା ନିର୍ବାଚନ କରିବା ପାଇଁ ଆମେ କମିଶନ୍‌ଙ୍କୁ ଜଣାଇଛୁ। ସେହିପରି କିଛି ବୁଥ୍‌ରେ ହେବାକୁ ଥିବା ସାନି ମତଦାନ ମେ’ ୨୩ ତାରିଖ ପୂର୍ବରୁ କରିବାକୁ ଦାବି କରିଛୁ।”

ସେ ଆହୁରି କହିଛନ୍ତି,“କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଙ୍କ ନିଯୁକ୍ତି ସଂପର୍କରେ ମଧ୍ୟ ଆମେ କମିଶନଙ୍କୁ ଜଣାଇଛୁ। ବିଜୁ ଜନତା ଦଳ ସହ ତାଙ୍କର କିଭଳି ପୂର୍ବରୁ ସଂପର୍କ ରହିଛି, ସେକଥା ଆମେ ଜଣାଇଛୁ। କମିଶନ୍‌ ସବୁ ଶୁଣି ବିହିତ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି।”

ସୂଚନାଯୋଗ୍ୟ, ପାଟକୁରା ବିଧାନସଭା ଆସନରୁ ବିଜେଡି ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ସେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ। ତେବେ ଏପ୍ରିଲ୍‌ ୨୯ ତାରିଖରେ ମତଦାନ ପୂର୍ବରୁ ତାଙ୍କର ପରଲୋକ ହୋଇଥିଲା। ଫଳରେ ନିର୍ବାଚନ କମିଶନ୍‌ ପାଟକୁରା ନିର୍ବାଚନକୁ ମେ’ ୧୯କୁ ଘୁଞ୍ଚାଇ ଦେଇଥିଲେ। ‘ଫୋନି’କୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନକୁ ପୁଣି ଘୁଞ୍ଚାଇବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ।



from Odisha Reporter http://bit.ly/2H5Tkx0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages