‘ଫୋନି’ରେ ଓଦା ହୋଇଯାଇଥିବା ନୋଟ୍ ବଦଳା ଯାଇପାରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

‘ଫୋନି’ରେ ଓଦା ହୋଇଯାଇଥିବା ନୋଟ୍ ବଦଳା ଯାଇପାରିବ

rbi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ରେ ଓଦା ହୋଇଯାଇଥିବା ନୋଟ୍‌ ବଦଳରେ ଲୋକେ ଭଲ ନୋଟ୍‌ ପାଇ ପାରିବେ। ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)।

ଏହି ବିଜ୍ଞପ୍ତି ଅନୁସାରେ, ଓଦା ନୋଟ୍‌କୁ ଶୁଖାଇ ବ୍ୟାଙ୍କରେ ବଦଳା ଯାଇପାରିବ। ତେବେ ମଇଳା, ଚିରା, ଫଟା, ଖଣ୍ଡଖଣ୍ଡ ହୋଇଯାଇଥିବା, ଗୁଣ୍ଡ ହୋଇଯାଇଥିବା, ପୋଡ଼ିଯାଇଥିବା ଓ ଅଠା ହୋଇ ଲାଗିଯାଇଥିବା ନୋଟ୍‌ ଗୁଡ଼ିକୁ ବଦଳାଇବା ପାଇଁ ଆସୁଥିବା ଜନସାଧାରଣଙ୍କୁ ସଠିକ୍‌ ମାର୍ଗଦର୍ଶନ କରିବାକୁ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି।

ମଳିନ ପଡ଼ି ଯାଇଥିବା ନୋଟ୍‌ ସମେତ କଟା, ଫଟା ଓ ତ୍ରୁଟି ଯୁକ୍ତ ନୋଟ୍‌ ଯେକୌଣସି ବ୍ୟାଙ୍କର ଶାଖାରେ ବଦଳା ଯାଇପାରିବ। ତେବେ ଯେଉଁ ନୋଟ୍‌ ଗୁଡ଼ିକ ଅତିମାତ୍ରାରେ ନଷ୍ଟ ହୋଇଯାଇଛି, ସେଗୁଡ଼ିକୁ କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଜମା କରାଯାଇପାରିବ।

ଏହାବାଦ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର କର୍ମଚାରୀଙ୍କୁ ଗୋଟିଏ ବା ଅଧିକ ଦିନର ଦରମା ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିବାକୁ ଅନୁରୋଧ କରିଛି।



from Odisha Reporter http://bit.ly/2LF3V6i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages