ବିଜୁଳି ବ୍ୟବସ୍ଥା ସଜାଡ଼ିବାକୁ ଦିନରାତି ଏକ କରିଛନ୍ତି ଦେବଦୂତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ବିଜୁଳି ବ୍ୟବସ୍ଥା ସଜାଡ଼ିବାକୁ ଦିନରାତି ଏକ କରିଛନ୍ତି ଦେବଦୂତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫୋନିର ପ୍ରଳୟରେ ଦୋହଲି ଯାଇଥିବା ବିଜୁଳି ବ୍ୟବସ୍ଥାକୁ ସଜାଡ଼ିବାକୁ ଦେବଦୂତ ଭଳି ରାତି ଦିନ କାମରେ ଲାଗିଛନ୍ତି ବାହାର ରାଜ୍ୟର କୁଶଳୀ ଶ୍ରମିକ। ରାଜଧାନୀ ଭୁବନେଶ୍ୱର ଓ ସହର ଉପକଣ୍ଠରେ ନଷ୍ଟ ହୋଇଥିବା ବିଦ୍ୟୁତ ଖୁଣ୍ଟ ଏବଂ ଟାଓ୍ୱାରକୁ ସଳଖିବା ପାଇଁ କାମ କରୁଛନ୍ତି ପ୍ରାୟ ଏକ ହଜାରରୁ ଅଧିକ କର୍ମଚାରୀ। ତଥାପି କ୍ଷୟକ୍ଷତିର ପରିମାଣ ଏତେ ଅଧିକ ହୋଇଛି ଯେ ଭୁବନେଶ୍ୱରର ସବୁ ଉପଭୋକ୍ତାଙ୍କୁ କେବେ ବିଜୁଳି ମିଳିବ ତାର ସଠିକ୍ ଉତ୍ତର କାହିରି ପାଖରେ ନାହିଁ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକାରେ ରହିଥିଲା ୪୦୦ କେଭିର ବିରାଟ ଟାଓ୍ୱାର। ଘଣ୍ଟାକୁ ୨୫୦ କିଲୋମିଟର ପବନକୁ ସମ୍ଭାଳିବା ପାଇଁ କ୍ଷମତା ରଖିଥିବା ଏହି ଟାଓ୍ୱାର ଭୁଷୁଡି ପଡିଛି। ତେଣୁ ଅସ୍ଥାୟୀ ଭାବେ ନୂଆ ଟାଓ୍ୱାର ଛିଡା କରିବା ପାଇଁ ଲାଗି ପଡିଛନ୍ତି ଶହ ଶହ ଶ୍ରମିକ। ଦେବଦୁତ୍ତ ପରି ବିପତ୍ତି ସମୟରେ ଧୁଧୁ ଖରାରେ ତାରରେ ଝୁଲି ମରାମତି କାମ କରୁଛନ୍ତି ରାଜ୍ୟ ବାହାରୁ ଆସିଥିବା ଶ୍ରମିକ।

ପାଓ୍ୱାର ଗ୍ରୀଡ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ପିଜିସିଆଇଏଲ)ର ଏହି ଟାଓ୍ୱାର ଦେଇ ବିଜୁଳି ଖୋର୍ଦ୍ଧାରୁ ପୁରୀକୁ ଯାଉଥିଲା। ତେବେ ଏହା ଭାଙ୍ଗିଯିବା ପରେ ପ୍ରଭାବିତ ହୋଇଛି ଦୁଇ ଜିଲ୍ଲାର ପୂରା ବିଜୁଳି ବ୍ୟବସ୍ଥା। କାନାଡାର ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ ଜରୁରୀକାଳୀନ ଟାଓ୍ୱାରରେ ବିଜୁଳି ସଂଯୋଗ ପାଇଁ ରାତି ଦିନ ଏକ କରିଦେଇଛନ୍ତି ଆନ୍ଧ୍ରପ୍ରଦେଶରୁ ଆସିଥିବା କୁଶଳୀ ଶ୍ରମିକ ଓ କର୍ମଚାରୀ। ‘ଫୋନି’ର ୪ ଦିନ ପରେ ଆଜି ଏଠାରେ ସିଧା ହୋଇ ଠିଆ ହୋଇଛି ଅସ୍ଥାୟୀ ଟାଓ୍ୱାର। ଏଠାରୁ ଗୋଟିଏ କିଲୋମିଟିର ଦୂରରେ ଓଡିଶା ପାଓ୍ୱାର ଟ୍ରାନ୍ସମିଶନର କର୍ପୋରେସନର ୨୨୦ କେଭିର ଟାଓ୍ୱାର ମଧ୍ୟ ‘ଫୋନି’ର ତାଣ୍ଡବରେ ମାଟିରେ ମିଶିଯାଇଛି। ତେବେ ଏଠାରେ ମଧ୍ୟ ଯୁଦ୍ଧ କାଳୀନ ଭିତ୍ତରେ ଦୁଇଟି ଅସ୍ଥାୟୀ ଟାଓ୍ୱାର ଛିଡା କରିବା ପାଇଁ କାମ ଚାଲିଛି। ଖୁବଶୀଘ୍ର ମରାମତି କରି ଏଥିରେ ଭୁବନେଶ୍ୱର ପାଇଁ ଅଧିକ ୩୪୦ ମେଗାଓ୍ୱାଟ ବିଜୁଳି ଆଣିବାକୁ ଲକ୍ଷ୍ୟ ରଖିଛି ଓପିଟିସିସିଏଲ୍‌।

ଏପଟେ ଆବଶ୍ୟକତା ଅନୁସାରେ ଯଥେଷ୍ଟ କୁଶଳୀ ଶ୍ରମିକ ନଥିବାରୁ ରାଜଧାନୀର ଗଳି କନ୍ଦିରେ ଏବେ ମଧ୍ୟ ପଡ଼ିରହିଛି ଭଙ୍ଗା ଓ ନଇଁଯାଇଥିବା ବିଜୁଳି ଖୁଣ୍ଟ। ସହର ଉପକଣ୍ଠରେ ସ୍ଥିତି ଆହୁରି ସଂଗୀନ ରହିଛି। ଏ ପର୍ଯ୍ୟନ୍ତ କେହି ପହଁଞ୍ଚିନାହାଁନ୍ତି। ବିଜୁଳି ନଥିବାରୁ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଅସହ୍ୟ ଗରମ ଯୋଗୁ ଦିନରେ ଘରେ ରହିବା ମୁସ୍କିଲ୍ ହୋଇପଡ଼ିଛି।

ରାଜଧାନୀରେ ଜରୁରୀ ସେବା ଯୋଗାଉଥିବା ହସ୍ପିଟାଲ, ବିମାନ ବନ୍ଦର, ପାଣି ପମ୍ପ ହାଉସ ସମେତ କିଛି ଗୁରୁତ୍ୱପୂର୍ଣ ସ୍ଥାନକୁ  ବିଜୁଳି ସଂଯୋଗ ହୋଇଛି। ସେସୁ କହିଛି, ୩୩ କେଭି ଓ ୧୧ କେଭି ପୁନଃମରାମତି କରାଯାଇଥିଲେ ମଧ୍ୟ ଏଲ୍‌ଟି ଲାଇନ ମରାମତି ହୋଇ ନଥିବାରୁ ଉପଭୋକ୍ତା ବିଜୁଳି ପାଇବାରେ ଆଉ ତିନି ଚାରିଦିନ ବିଳମ୍ବ ହୋଇପାରେ। ଏପଟେ କଟକରେ ସ୍ଥିତି ଯାହାକୁ ସେଇଆ। ୨ ଟି ଗ୍ରୀଡ ଚାର୍ଜ ହୋଇଥିଲେ ମଧ୍ୟ ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଁଞ୍ଚିନି। ସହରର ସାହି ବସ୍ତିରେ ପଡ଼ି ରହିଥିବା ବିଜୁଳି ଖୁଣ୍ଟିକୁ ସିଧା କରିବା କାମରେ ଲାଗିଛନ୍ତି କର୍ମଚାରୀ।



from Odisha Reporter http://bit.ly/2V7ARUv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages