
ନୂଆଦିଲ୍ଲୀ: ୨ ଜଣ ବିଚାରପତିଙ୍କ ନିଯୁକ୍ତି ନେଇ ସୁପ୍ରିମ୍କୋର୍ଟ କଲେଜିୟମ୍ର ସୁପାରିସକୁ କେନ୍ଦ୍ର ବରିଷ୍ଠତା ଆଧାରରେ ଫେରାଇଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ନିଷ୍ପତ୍ତିର ପୁର୍ନବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ସୁପ୍ରିମ୍କୋର୍ଟର ବିଚାରପତିଙ୍କ ଦାୟିତ୍ୱରେ ଥିବା କଲେଜିୟମ୍ ଗତ ଏପ୍ରିଲ ୧୨ ତାରିଖରେ ସୁପାରିସ କରିଥିଲେ, ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ଏଏସ୍ ବୋପାନ୍ନା ସୁପ୍ରିମ୍କୋର୍ଟକୁ ମନୋନୀତ ହେବେ। କିନ୍ତୁ ବର୍ତ୍ତମାନ କଲେଜିୟମ୍ ପୁଣିଥରେ ବୈଠକ କରି ଏହି ବାବଦରେ ନିଷ୍ପତ୍ତି ନେବେ।
ଜଷ୍ଟିସ୍ ଅନିରୁଦ୍ଧ ବୋଷ ବର୍ତ୍ତମାନ ଝାରଖଣ୍ଡ କୋର୍ଟରେ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରୁଛନ୍ତି। ଏଏସ୍ ବୋପାନ୍ନା ଆସାମର ଗୌହାଟୀ ହାଇକୋର୍ଟର ମୁଖ୍ୟ ଦାୟିତ୍ୱରେ ଅଛନ୍ତି। ଏହି ଦୁଇ ଜଣଙ୍କ ନିଯୁକ୍ତି ହୋଇଥିଲେ ସୁପ୍ରିମ୍କୋର୍ଟ ବିଚାରପତିଙ୍କ ସଂଖ୍ୟା ୨୭ରୁ ୨୯କୁ ବୃଦ୍ଧି ପାଇଥାନ୍ତା।
from Odisha Reporter http://bit.ly/2ZZpZvD
No comments:
Post a Comment